Latest Odisha News

ସ୍ବାଧୀନତା ଦିବସ ଅବସରରେ କେଜ୍ରିଓ୍ବାଲଙ୍କ ଅନୁପସ୍ଥିତିରେ ଏହି ମନ୍ତ୍ରୀ କରିବ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବଦଳରେ ମନ୍ତ୍ରୀ ଆତିଶୀ ପତାକା ଉତ୍ତୋଳନ କରିବେ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆଜି ତିହାର ଜେଲ୍ ଯାଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ସହ ଭେଟିବା ପରେ ଏହି ଆଦେଶ ଜାରି ହୋଇଛି ।

ଗୋପାଳ ରାୟଙ୍କ ସୂଚନା ମୁତାବକ, ସ୍ବାଧୀନତା ଦିବସରେ ଏଥର କେବଳ ମନ୍ତ୍ରୀ ଆତିଶୀ ପତାକା ଉତ୍ତୋଳନ କରିବେ । ଏହି ପରିପ୍ରେକ୍ଷୀରେ ପତାକା ଉତ୍ତୋଳନ ପାଇଁ ଏସିଏସ୍‌ ଜିଏଡି ବିଭାଗ ଦ୍ୱାରା ସମସ୍ତ ପ୍ରସ୍ତୁତି ଚାଲିଛି । ମନ୍ତ୍ରୀ ଗୋପାଳ ରାୟ ଏକ ଚିଠି ଲେଖି ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତିବର୍ଷ ଅଗଷ୍ଟ ୧୫ ଅବସରରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପତାକା ଉତ୍ତୋଳନ କରିଥାନ୍ତି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପତାକା ଉତ୍ତୋଳନ କରିଆସୁଥିଲେ । ବର୍ତ୍ତମାନ ସେ ନ୍ୟାୟିକ ହେପାଜତ୍ ରେ ଅଛନ୍ତି ତେଣୁ ଏଥର କିଏ ପତାକା ଉତ୍ତୋଳନ କରିବ ସେନେଇ ପ୍ରଶ୍ନ ଉଠୁଥିଲା । ମନ୍ତ୍ରୀ ଗୋପାଳ ରାୟ ଏବଂ ସିଏମଙ୍କ ସହ ବୈଠକରେ ଏହି ବିଷୟରେ ଆଲୋଚନା ହୋଇଥିଲା, ସେତେବେଳେ କେଜ୍ରିୱାଲ ଆତୀଶ ପତାକା ଉତ୍ତୋଳନ କରିବା ବିଷୟରେ କହିଥିଲେ ।

ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀଙ୍କର ମୋଟ୍‌ ୧୪ଟି ବିଭାଗ ଅଛି । କେଜ୍ରିଓ୍ବାଲଙ୍କ ପରେ ଆତିଶୀ ଦିଲ୍ଲୀର ସବୁଠାରୁ ଶକ୍ତିଶାଳୀ ନେତ୍ରୀ ଅଟନ୍ତି ।

Comments are closed.