ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି । ଏହାସହ ଏଣିକି ରାଜସ୍ଥାନର ସମସ୍ତ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍ ଡେ’ ଘୋଷଣା କରାଯିବ ବୋଲି ଗେହଲଟ କହିଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା ବୋଝ କିଛି ପରିମାଣର କମିଯିବ ।
ଏଥର ରଜସ୍ଥାନ ସରକାର ବଜେଟ୍ରେ କୃଷି ପାଇଁ ପ୍ରାୟ ୩୪୨୦ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି । ସେହିପରି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇ ୧୭ ପ୍ରତିଶତ ଦିଆଯିବ ବୋଲି ଘୋଷଣା ହୋଇଛି । ମହିଳା ସଶକ୍ତିକରଣ ପାଇଁ ମଧ୍ୟ ଶହେ କୋଟି ଟଙ୍କା ଘୋଷଣା କରାଯାଇଛି । ଏଥିସହ ସ୍ୱାସ୍ଥ୍ୟ ସେବା ପାଇଁ ୧୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
BREAKING NEWS
- ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ
- ଆବୁଧାବୀରେ ଫସି ଯାଇଛନ୍ତି ଇଂଲଣ୍ଡ କ୍ରିକେଟର ଜନୀ ବେୟାରଷ୍ଟୋ
- US Israel Iran Attack: ପ୍ରଧାନମନ୍ତ୍ରୀ ଡକାଇଲେ CCS ବୈଠକ; ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ରଣନୈତିକ ପ୍ରସ୍ତୁତି …
- ଓମାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ଜାହାଜରେ ଥିଲେ ୧୫ ଜଣ ଭାରତୀୟ ଓ ୫ ଇରାନ ନାଗରିକ
- ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାର କ୍ରମାଗତ ୭ମ ବିଜୟ
- Pakistan Violence Protest: ଖମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ବ୍ୟାପକ ହିଂସା; ୧୨ ମୃତ, ୩୦ରୁ ଅଧିକ ଆହତ
- ମହିଳା ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର କ୍ଲିନ ସୁଇପ, ଶତକ ସହ ବିଦାୟ ନେଲେ ହୀଲେ
- ଭାରତୀୟ ବ୍ୟବସାୟୀ ଏବଂ ଏହି ବଲିଉଡ୍ ତାରକାମାନଙ୍କର ଦୁବାଇର ବୁର୍ଜ ଖଲିଫାରେ ରହିଛି ଅନେକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ
- Maoists Surrender: ଆତ୍ମସମର୍ପଣ କଲେ ୧୫ ଜଣ ହାର୍ଡକୋର ମାଓବାଦୀ
- Weather Forecast: ରାଜ୍ୟରେ ମାର୍ଚ୍ଚରୁ ମେ’ ଭିତରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ…
Comments are closed.