ନୂଆଦିଲ୍ଲୀ:ତିନି ରାଜ୍ୟରେ ବିଜେପିକୁ ବିପୁଳ ବିଜୟ ମିଳିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜୟ ଅଭିମୁଖେ ବିଜେପି । ମଧ୍ୟପ୍ରଦେଶରେ ବିଜେପି ପ୍ରଥମେ ସରକାରରେ ଥିଲେ । ଅନ୍ୟପକ୍ଷେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ କ୍ଷମତା ଛଡାଇ ଆଣିବାରେ ସଫଳ ହୋଇଛି ବିଜେପି । ତେବେ ଆଗକୁ ଆସୁଛି ଆହୁରି ବଡ ସରପ୍ରାଇଜ । ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ବାହାରି ବାହାରିବା ପରେ ସମସ୍ତଙ୍କୁ ଚମକାଇଦେବ ବିଜେପି । କୁହାଯାଉଛି, ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ମୁହଁ ଦେଖିବେ ଜନତା ।
ମଧ୍ୟପ୍ରଦେଶ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା । ବିଜେପି ଏପରି ପୂର୍ଣ୍ଣ ବହୁମତ ପାଇଁ ଆସିବ ଏ ବିଷୟରେ ନିଜେବି ଜାଣି ଥିଲା । କଂଗ୍ରେସ ଏଠାରେ ଖାଲି ହାରିନି ବରଂ ବହୁ ବଡ ବଡ ନେତା ମଧ୍ୟ ବିଜେପିର ବିଜୟ ଧାରାରେ ବହି ଯାଇଛନ୍ତି ।
ମଧ୍ୟପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ । ଦଳ ପୁରା ନିର୍ବାଚନ ମୋଦିଙ୍କ ଚେହରାରେ ଲଢିଛି । ଅନୁମାନ କରାଯାଉଛି, ଏଥର ବିଜେପି ମଧ୍ୟପ୍ରଦେଶରେ ସିଏମ ଭାବେ ଶିବରାଜ ସିଂ ଚେହାଣଙ୍କୁ ବାଦ ଦେଇ ଅନ୍ୟ କାହାକୁ ବାଛିପାରେ । ଅବଶ୍ୟ ଏଠାରେ ବିଜେପିକୁ ଯେପରି ସମର୍ଥନ ମିଳିଛି ତାହାକୁ ଦେଖିଲେ ଶିବରାଜ ସିଂ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଥିବା କୁହାଯାଉଛି ।
ଏଥର ନିର୍ବାଚନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦ ନିର୍ବଚନା ମୈଦାନକୁ ଓହ୍ଲାଇଛନ୍ତି ।ଏହାବ୍ୟତୀତ ପଳର ମହାସଚିବ କୈଳାସ ବିଜୟଭର୍ଗୀୟଙ୍କୁ ମଧ୍ୟ ଦଳ ନିର୍ବଚନୀ ମୈଦାନକୁ ପଠାଇଥିଲା । ତେଣୁ ଶିବରାଜଙ୍କ ବ୍ୟତୀତ ନରେନ୍ଦ୍ର ସିଂହ ତୋମାର, ପ୍ରହଲ୍ଲାଦ ସିଂହ ପଟେଲ, କୈଳାସ ବିଜୟଭରର୍ଗୀୟ ଏବଂ ନରୋତ୍ତମ ମିଶ୍ରଙ୍କ ନାଁ ମଧ୍ୟ ତାଲିକାରେ ଅଛି ।
ରାଜସ୍ଥାନ: ସେହିପରି ରାଜସ୍ଥାନରେ ମଧ୍ୟ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି । ଏଠି ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ମୁହଁ ଖୁଲାସା କରିନି । ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ନିର୍ବାଚନ ଲଢିଛନ୍ତି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ କୁହାଯାଉଛି, ସିଏମ ଦୌଡରେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ସବୁଠାରୁ ଅଧିକ ବାବା ବାଲକନାଥ, ସାଂସଦ ଦିୟା କୁମାରୀ, ସିପି ଯୋଶୀ, ଓମ ବିର୍ଲା, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାବତ ଅଛନ୍ତି ।
ଛତିଶଗଡ: ଛତିଶଗଡରେ ବିଜେପି ୫୩ ଆସନରେ ଜିତିବା ସମ୍ଭାବନା ରହିଛି । କଂଗ୍ରେସ ୩୫ ସିଟ ପାଇବା ଆଶା ରହିଛି । ୨୦୧୮ ପରି ଏଥର ମଧ୍ୟ ଛତିଶଗଡରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିନି ବିଜେପି । ଏଠି ମଧ୍ୟ ଦଳ ମୋଦିଙ୍କ ଚେହେରାରେ ନିର୍ବାଚନ ଲଢୁଥିଲା । ତେବେ ଏଠାରେ କିଏ ହେବ ମୁଖ୍ୟମନ୍ତ୍ରୀ ? ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନାକୁ ଏଡାଇ ତ ହେବନି କିନ୍ତୁ ଗ୍ୟାରେଣ୍ଟି ବି ଦେଇ ହେବନି । କାରଣ ରମଣ ସିଂହଙ୍କ ବ୍ୟତୀତ ଅରୁଣ ସାବ, ସାସଂଦ ବିଜୟ ବଘେଲ, ସରୋଜ ପାଣ୍ଡେ, ରେଣୁକା ସିଂହ, ଓପି ଚୌଧୁରୀଙ୍କ ନାଁ ମଧ୍ୟ ଦୌଡରେ ରହିଛି ।
Comments are closed.