Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ‘ସାଇମୁନ୍-୨୦୧୮’ ଉଦଘାଟିତ

ଭୁବନେଶ୍ୱର : ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍ସ୍ (ସାଇମୁନ୍)ର ଷଷ୍ଠ ସଂସ୍କରଣ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ଉଦଘାଟିତ ହୋଇଯାଇଅଛି । ସାଇମୁନ୍ ୟୁନେସ୍କୋ ଏବଂ ଭାରତ ଓ ଭୂଟାନ୍ ୟୁନାଇଟେଡ଼୍ ନେସନ୍ସ ଇନଫରମେସନ୍ ସେଣ୍ଟର ଏକ ସହବନ୍ଧିତ କାର୍ଯ୍ୟକ୍ରମ । ଏହା ୨୦୧୩ ମସିହାରେ ଆରମ୍ଭ ହୋଇ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି ।

ଏହା ତିନି ଦିନ ଧରି ଚାଲିବ ଏବଂ ଏଥିରେ ପାଖାପାଖି ୫୦୦ ରୁ ଅଧିକ ଜାତୀୟ ଏବଂ ୧୧ଟି ଭିନ୍ନ ଭିନ୍ନ ଦେଶରୁ ୩୨ରୁ ଅଧିକ ଆନ୍ତର୍ଜାତୀୟ ଅତିଥି ଯୋଗଦେଇଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ଆମେରିକା, ସୁଇଜରଲାଣ୍ଡ, ଋଷିଆ, କଲମ୍ବିଆ, କୋଷ୍ଟାରିକା, ଜିବୁଟି, ୟେମେନ୍, ସୋମାଲିଆ, ସାଉଦିଆରବିଆ, ବାଙ୍ଗଲାଦେଶ, କୋରିଆ ଆଦି ଦେଶ ଏହି କାର୍ଯ୍ୟକ୍ରମରେ ଭାଗନେଇଛନ୍ତି । ଏହି ଉତ୍ସବକୁ ଜାପାନର ବାଣିଜ୍ୟିକ ଦୁତାବାସ ମାସାୟୁକି ଟାଗା ଉଦ୍ଘାଟନ କରିଛନ୍ତି ।

ମିଷ୍ଟର୍ ଟାଗା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ସାଇମୁନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସାରା ବିଶ୍ୱର ଘଟଣାଚକ୍ର ଓ ସମସ୍ୟା ସମ୍ବନ୍ଧରେ ଅବଗତ ହେବା ସହିତ ଏହାର ସମସ୍ୟା ପାଇଁ ସର୍ବୋତ୍ତମ ନିଷ୍କର୍ସ ବାହାରକରିବାର ପ୍ରକୃଷ୍ଠ ମଞ୍ଚ ଅଟେ ।

ଛାତ୍ରଛାତ୍ରୀମାନେ ଏହି କନ୍ଫରେନ୍ସରେ ନିଜର ଦକ୍ଷତା ଓ ଯୋଗ୍ୟତା ବଳରେ ନିଜର ପ୍ରତିଭାକୁ ପ୍ରଦର୍ଶିତ କରିବା ଦରକାର । ମିଷ୍ଟର ଟାଗା ଜାପାନ୍ ଓ ଓଡ଼ିଶାର ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଷ୍ଟୁଡ଼େଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ଓଡ଼ିଶାର କଳା, ସଂସ୍କତି, ପରମ୍ପରା ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବେଶ୍ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ମିଶାଇ ତ୍ରିକୋଣୀୟ ପର୍ଯଟନ ସ୍ଥଳ କରାଯାଇପାରିବ ଓ ରତ୍ନଗିରୀ ଏବଂ ଲଳିତଗିରୀର ବୈାଦ୍ଧସ୍ଥଳୀଗୁଡ଼ିକର ଭିତ୍ତିଭୂମିକୁ ଆହୁରି ଉନ୍ନତମାନର କରାଯାଇପାରିବ ଯାହାକି ଜାପାନୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ ।

ସାଇମୁନ୍ର ବିଷୟବସ୍ତୁ ହେଲା “ବସୁଧୈବ କୁଟୁମ୍ବକମ୍’ ଗୋଟିଏ ବିଶ୍ୱ ଗୋଟିଏ ପରିବାର ଏବଂ ଏଥିରେ ୭ଟି କମିଟି ରହିଛି । ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ଗଢ଼ିବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଇତ୍ୟାଦି ଆଲୋଚନା କରାଯାଏ । ଆଲୋଚନା ପର୍ଯ୍ୟାଲୋଚନା ପରେ ବିଭିନ୍ନ ସମସ୍ୟାର ସମାଧାନର ସରଳ ଉପାୟ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯାଏ ।

ଏହି କାର୍ଯ୍ୟକ୍ରମରେ ଶ୍ରୀହର୍ଷ ମୁକ ଓ ବଧିର ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସାମିଲ୍ କରାଯାଇଥିଲା ।
ଏହି ଉତ୍ସବରେ ସ୍କୁଲର ଚେୟାରମ୍ୟାନ୍ ଡଃ ବିଜୟ କୁମାର ସାହୁ କହିଥିଲେ ଯେ, ସାଇମୁନ୍ ଏକ ତିନିଦିନିଆ କାର୍ଯ୍ୟକ୍ରମ ଯାହା ଛାତ୍ରଛାତ୍ରୀମାନଙ୍କୁ ସମସାମୟିକ ଆନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଥାଏ । ସ୍କୁଲର ପ୍ରିନ୍ସପାଲ୍ ହରିଶ୍ ସାନ୍ଦୁଜା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.