Latest Odisha News

BREAKING NEWS

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏ ନେଇ ସେ ଟ୍ୱିଟ୍ କରିଛନ୍ତି ।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରୀୟ ସମସ୍ଥା ରାଜ୍ୟକୁ ବିଶ୍ୱାସକୁ ନିଅନ୍ତୁ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଓଡିଆ ସାଂସଦମାନେ ଏହି ପ୍ରସଙ୍ଗ କେନ୍ଦ୍ର ଆଗରେ ଉଠାଇବା ପାଇଁ ନିବେଦନ କରିଛନ୍ତି । ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ବାଇ-ଲ’ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଇଛି । ଏହା ସେବାୟତଙ୍କ ଜୀବନଜୀବିକା ସହ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ସୁପରିଚାଳନା ଉପରେ ପ୍ରଭାବ ପକାଇବ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.