ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ । ହିତାଧିକାରୀ ପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏ ମାଗଣାରେ ମିଳିବ ଚାଉଳ ।
ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୯ଲକ୍ଷ ୧୫ ହଜାର ହିତାଧିକାରୀ । ଏଥତ୍ପାଇଁ ରାଜ୍ୟ ସରକାର ୬୮କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥିପାଇଁ ମାସିକ ୪,୫୮୭ ଟନ ଚାଉଳ ଯୋଗାଇ ଦିଆଯିବ । ୪ ମାସରେ ରାଜ୍ୟ କୋଟାରୁ ମୋଟ ୧୮, ୩୧୦.୬୪୦ ଟନ ଚାଉଳ ଯୋଗାଣ ପାଇଁ ରାଜ୍ୟ ସରକାର ୬୮କୋଟି ୧୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବେ ।
Comments are closed.