Latest Odisha News

BREAKING NEWS

ଭୂମିହୀନଙ୍କୁ ଜାଗା ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ତାଳବଣିଆସ୍ଥିତ ଇନଡ଼ୋର ଷ୍ଟାଡ଼ିୟମ କଂପ୍ଲେକ୍ସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଉତ୍ସବ ‘ଜାଗା ମିଶନ’ ଅବସରରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ଏହି ଅବସରରେ ରାଜ୍ୟର ପୁରୀ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସମେତ ୮ଟି ଜିଲ୍ଲାରେ ଥିବା ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ମିଳିଥିବା ସୂତ୍ର ଅନୁଯାୟୀ, କେବଳ ପୁରୀରେ ରହିଥିବା ୬,୫୦୦ ବସ୍ତିରେ ପଟ୍ଟା ବଣ୍ଟନ କରାକରାଯାଇଛି । ସେହିପରି କେନ୍ଦ୍ରାପଡ଼ାରେ ରହିଥିବା ୫୯୪ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୮୭ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି । ଘର ନିର୍ମାଣ ଲାଗି ପ୍ରତ୍ୟେକ ପରିବାର ପିଛା ସର୍ବନିମ୍ନ ୩୩୧ ବର୍ଗଫୁଟ ଜାଗା ଆବଣ୍ଟନ କରାଯାଇଛି ।

ଏହି ‘ଜାଗା ମିଶନ’ ମାଧ୍ୟମରେ ରାଜ୍ୟର ଏନ.ଏ.ସି ଓ ମ୍ୟୁନିସିପାଲିଟିରେ ବସବାସ କରୁଥିବା ପ୍ରାୟ ୧୮ ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ । ରାଜ୍ୟ ସରକାର ୨୦୧୮-୧୯ ଆର୍ଥୀକ ବର୍ଷରେ ଏହି କାର୍ଯ୍ୟକ୍ରମ ଲାଗି ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ଏହି ଆବାସ ଯୋଜନା ଅନ୍ତଗ୍ରତ କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତିମାନଙ୍କରେ ବସବାସ କରୁଥିବା ଯୋଗ୍ୟ ହିତାଧିକାରୀମାନେ ଘର, ପାଇପ୍ ଜଳ, ରାସ୍ତା, ଏଲ୍ ଇ ଡ଼ି ଲାଇଟ୍, ପାଇଖାନା, ଜୀବୀକା ଆଦି ସୁବିଧା ପାଇପାରିବେ ।

Leave A Reply

Your email address will not be published.