Latest Odisha News

BREAKING NEWS

ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ‘ଟ୍ରେନ-୧୮’

ଭୁବନେଶ୍ୱର : ଦେଶରେ ବୁଲେଟ୍ ଟ୍ରେନ ଆସିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଆସିଯାଇଛି ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ଟ୍ରେନ ।

ଭାରତର ଏହି ପ୍ରଥମ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ଟ୍ରେନଟି ଗୁରୁବାର ଦିନ ଦିଲ୍ଲୀର ସଫଦରଜଂଗ ରେଲୱେ ଷ୍ଟେସନରେ ପହଞ୍ଚିଛି । ଏହି ଟ୍ରେନଟି ଘଣ୍ଟାପ୍ରତି ୧୬୦କିମି ବେଗରେ ଚାଲିବାର କ୍ଷମତା ରହିଛି । ଦୀର୍ଘ ୩୦ ବର୍ଷ ଧରି ଭାରତର ଦ୍ରୁତତମ ଟ୍ରେନ ଭାବେ ପରିଗଣିତ ହୋଇଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନର ସମକକ୍ଷ ହୋଇପାରିଛି ।

ଏହି ଟ୍ରେନ ୧୮ ମେକ ଇନ୍ ଇଣ୍ଡିଆ ଯୋଜନାନୁଯାୟୀ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାର୍କ୍ଟି(ଆଇସିଏଫ)ରେ ନିର୍ମିତ ହୋଇଛି । ଏହି ଟ୍ରେନଟି ନିର୍ମିତ ହେବାକୁ ୧୮ମାସ ଲାଗିଥିବା ସ୍ଥଳେ ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟ ହୋଇଛି ।

ପ୍ରଥମଥର ଲାଗି ଯାତ୍ରୀମାନେ ଦେଶର ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ଟ୍ରେନରେ ଯାତ୍ରାର ମଜା ନେଇପାରିବେ ଓ

ଟ୍ରେନ-୧୮ର ବିଶେଷତ୍ୱ ହେଉଛି ଏଥିରେ ସ୍ୱୟଂ ଚାଳିତ କବାଟ, ଉନ୍ନତମାନର ପାହାଚ, ସମ୍ପୂର୍ଣ୍ଣଭାବେ ବନ୍ଦ ଓ ଶୀତତାପ ନିୟନ୍ତ୍ରିତ, ଭିତରେ ଯାତାୟାତ ପାଇଁ ସୁବିଧା, ଲମ୍ବା ଝରକା, ଆରାମଦାୟକ ବିଶ୍ୱସ୍ତରୀୟ ଚେୟାର କାର ଓ ସିସିଟିଭି ର ସୁବିଧା ମଧ୍ୟ ରହିଛି ।

ଆହୁରି ମଧ୍ୟ ଏହି ଟ୍ରେନଟି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ ଠାରୁ ଅଧିକ ସ୍ପିଡରେ ଚାଲିବାର କ୍ଷମତା ରଖିଛି ।

Leave A Reply

Your email address will not be published.