Latest Odisha News

ମହିଳା ବିଶ୍ୱକପ ଟି-୨୦: ଆୟାର୍ଲାଣ୍ଡକୁ ପରାସ୍ତ କରି ଭାରତ ସେମିଫାଇନାଲରେ

ଜାମାଇକା: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଟି-୨୦ ସେମିଫାଇନାଲରେ ପହଞ୍ଚିଛି । ପ୍ରଥମ ୨ଟି ମ୍ୟାଚ ଜିତିବା ପରେ ଗୁରୁବାର ଦିନ ଆୟାର୍ଲାଣ୍ଡକୁ ୫୨ ରନରେ ପରାସ୍ତ କରି ଭାରତ ଲଗାତର ୩ୟ ବିଜୟ ହାସଲ କରିପାରିଛି । ଫଳରେ ଭାରତ ଅଷ୍ଟ୍ରେଲିଆ ଦଳ ପରେ ଗ୍ରୁପରୁ ୨ୟ ଦଳ ଭାବେ ସେମିଫାଇନାଲ୍ ଖେଳିବା ପକ୍କା କରିଛି ।

ଟସ୍ ଜିତି ଆୟାର୍ଲାଣ୍ଡ ଦଳ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୫ ରନ କରିଥିଲେ ।

ଓପନର ମିତାଲି ରାଜ୍ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୫୬ଟି ବଲରୁ ଗୋଟିଏ ବିଶାଳ ଛକା ଏବଂ ୪ଟି ଚୌକା ସହିତ ୫୧ ରନ କରିଥିଲେ । ସେହିପରି ଅନ୍ୟ ଷ୍ଟାଇଲିସ ଓପନର୍ ସ୍ମୃତି ମାନ୍ଧନା ୨୯ଟି ବଲରେ ଗୋଟିଏ ଛକା ଏବଂ ୪ଟି ଚୌକା ସହିତ ୩୩ ରନ କରିଥିଲେ ।

 

ଆୟାର୍ଲାଣ୍ଡ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ ହରାଇ ମାତ୍ର ୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଦଳ ପକ୍ଷରୁ ଜୟସି ୩୩ ଏବଂ ଶିଲଂଟନ ୨୩ ରନ୍ କରିଥିଲେ ।

ଭାରତୀୟ ବୋଲର୍ ରାଧା ଯାଦବ ୩ଟି, ଦିପ୍ତୀ ଶର୍ମା ୨ଟି, ପୁନମ ଯାଦବ ଏବଂ ହରମନପ୍ରୀତ କୌର ଗୋଟିଏ କରି ୱିକେଟ ହାସଲ କରିଥିଲେ ।

ଭାରତୀୟ ଓପନର ମିତାଲି ରାଜ ପ୍ଲୋୟାର ଅଫ ଦି ମ୍ୟାଚ୍ ଘୋଷିତ ହୋଇଛନ୍ତି ।

ଭାରତ ସେମିଫାଇନାଲ ସ୍ଥାନ ପକ୍କା କରିଥିବା ବେଳେ ୧୭ ତାରିଖ ଦିନ ଶେଷ ଲିଗ୍ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟୁଛି ।

Leave A Reply

Your email address will not be published.