Latest Odisha News

BREAKING NEWS

ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ବର : ଏଣିକି ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ମିଶନ ଶକ୍ତି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିଭାଗରୁ ଅଲଗା ହୋଇ ଆଜିଠାରୁ ଏକ ସ୍ବତନ୍ତ୍ର ବିଭାଗ ହୋଇଛି ମିଶନ ଶକ୍ତି ବିଭାଗ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗ ଭାବେ ନାମିତ କରାଯାଇଛି । ନୂତନ ଭାବେ ଗଠନ କରାଯାଇଥିବା ମିଶନ ଶକ୍ତି ବିଭାଗ ଲୋକସେବା ଭବନରେ କାର୍ଯ୍ୟ କରିବ ।

ମିଶନ ଶକ୍ତି କାର୍ଯ୍ୟକ୍ରମ, ଦୀନ ଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯିବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ । ଏହାସହ ସୁଜାତା ଆର. କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି ।

୨୦୨୨-୨୩ ବର୍ଷରୁ ଏହି ବିଭାଗ ପାଇଁ ରାଜ୍ୟ ବଜେଟରେ ସ୍ବତନ୍ତ୍ର ବ୍ୟୟ ବରାଦ କରାଯିବ । ଏବଂ ଚଳିତ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିନରେ ମିଶନ ଶକ୍ତି ପାଇଁ ଅନୁମୋଦନ ହୋଇଥିବା ବଜେଟରୁ ଯୋଜନା ତଥା କର୍ମଚାରୀଙ୍କ ଦରମା ଆଦି ପାଇଁ ଖର୍ଚ୍ଚ କରାଯିବ ।

Leave A Reply

Your email address will not be published.