Latest Odisha News

BREAKING NEWS

ଯୁବଗୋଷ୍ଠୀ ରକ୍ତଦାନ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଓଡ଼ିଶାର ଜନସାଧାରଣ ବିଶେଷକରି ଯୁବବର୍ଗଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ ଦେଇଛନ୍ତି ।

“ଆପଣମାନେ ରକ୍ତଦାନ କରି ଜୀବନ ବଞ୍ଚାଇ ପାରିବେ । ଆମକୁ ରକ୍ତଦାନ କରିବାକୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଡ଼ିବ” ବୋଲି ରାଜ୍ୟ ସଚିବାଳୟ ଠାରେ (ଆମ ମୁଖ୍ୟମନ୍ତ୍ରୀ, ଆମ କଥା) କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ରକ୍ତଦାନ ଏକ ଅଭିଯାନର ରୂପ ନେଇଛି । “ରକ୍ତ ଅଭାବରୁ ରାଜ୍ୟରେ କାହାରି ମୃତ୍ୟୁ ହେବା ଠିକ ନୁହେଁ, ମୁଁ ଚାହୁଁଛି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଯୁବଗୋଷ୍ଠୀ ଆଗଭର ହୁଅନ୍ତୁ । ”

୧୮ରୁ ୬୫ ବର୍ଷର ସୁସ୍ଥ ବ୍ୟକ୍ତିମାନେ ରକ୍ତଦାନ କରିପାରିବେ । ରାଜ୍ୟ ସରକାର ହେମୋଫେଲିଆ, ଥାଲାସେମିଆ ତଥା ସିକଲ୍ ସେଲ୍ରେ ପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା ଲାଗି ମାଗଣାରେ ରକ୍ତ ଯୋଗାଇ ଦେଉଛନ୍ତି ।

ଦୁର୍ଘଟଣାରେ ଯୋଗୁଁ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ମାଗଣାରେ ରକ୍ତ ଯୋଗାଇ ଦେଉଛନ୍ତି । ରକ୍ତବିକାର ଜନିତ ରୋଗୀମାନଙ୍କୁ ପରିବହନ ଶୁଳ୍କ ବାବଦରେ ୫୦୦ଟଙ୍କା ମିଳୁଛି ।

Leave A Reply

Your email address will not be published.