Latest Odisha News

BREAKING NEWS

କୋରାପୁଟରେ ୧୦୦୦ କୋଟି ଟଙ୍କାର ମଧ୍ୟମ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲା ଗସ୍ତ କରିବା ଅବସରରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ୧୧୩୬.୪୧ କୋଟି ଟଙ୍କା ମୂଲ୍ୟରେ ୩୧ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ତାଙ୍କର କୋରାପୁଟ ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ ତେଲାଙ୍ଗୀର ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ପ୍ରାୟ ୯୫୨. ୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଜୟପୁର ଓ ବୋରିଗୁମ୍ମା ବ୍ଳକର ୫୨ଟି ଗ୍ରାମର ୯୯୫୨ ହେକ୍ଟର ଜମିକୁ ଉଭୟ ଖରିଫ ଓ ରବି ଋତୁରେ ଜଳସେଚନର ସୁବିଧା ଯୋଗାଇ ଦିଆଯିବ । ଏହା ସହିତ ମୁଖ୍ୟମନ୍ତ୍ରୀ ୭୪୯ କୋଟି ଟଙ୍କା ମୂଲ୍ୟର ୯୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି କୋରାପୁଟ ଗସ୍ତ ସମୟରେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅନେକ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ୩ଟି ବୃହତ ସେତୁର ନିର୍ମାଣ ଲାଗି ଘୋଷଣା ମଧ୍ୟ କରିଛନ୍ତି ।

ଏହି ଘୋଷଣା ଅନୁସାରେ ମୁରାନ ନଦୀରେ ଗିରିଲଗୁମା-ଦୁଆରସୁନି ରାସ୍ତା ଉପରେ, କୋଲାବ ଜଳଭଣ୍ଡାରରେ କୋରାପୁଟ-ସୁକୁ ରାସ୍ତା ଉପରେ ୩ଟି ବୃହତ ସେତୁ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.