Latest Odisha News

ଉପକୂଳବର୍ତ୍ତୀ ଓଡ଼ିଶାରେ ୭ରୁ ଘନ କୁହୁଡି ଆଶଙ୍କା

ଭୁବନେଶ୍ୱର : ଫେବୃୟାରୀ ୭ରୁ ୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଥିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହାର ପ୍ରଭାବରେ ୮ ରୁ ୯ ତାରିଖ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ କୁଆପଥର ସହ ବର୍ଷା ହେବାର ଆଶଙ୍କା ରହିଥିବା ନେଇ ବିଭାଗ ଆକଳନ କରିଛି ।

ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଦେବଗଡ, ବଲାଙ୍ଗୀର, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ପ୍ରଭୃତି ରହିଛି । ଏହି ସବୁ ଜିଲ୍ଲା ଗୁଡ଼ିକରେ ଫେବୃୟାରୀ ୮ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସେହିଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି ।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଉଭୟ ଦିନ ଏବଂ ରାତିର ତାପମାତ୍ରା ଫେବୃୟାରୀ ୭ ତାରିଖ ପର୍ଯ୍ୟନ୍ତ ବଢ଼ିପାରେ ।

ତେବେ ଏହା ପରେ ବର୍ଷା ହେବା ଯୋଗୁଁ ତାପମାତ୍ରା କମିବା ସହ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି । ଫେବୃୟାରୀ ୧୦ ରୁ ୧୨ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିପାରେ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.