Latest Odisha News

ସୁନ୍ଦରଗଡ: ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ବଣାଇ ନିକଟସ୍ଥ ଶିବନାଥପୁର ଗ୍ରାମରେ ଜଣେ ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ମୃତକ ଜଣଙ୍କ ନିକିତାମାଲ ଗ୍ରାମର ରଶ୍ମିତା ବୋଲି ଜଣାପଡିଛି ।

ଏହି ଘଟଣାକୁ ନେଇ ଉତ୍ତେଜିତ ସ୍ଥାନୀୟ ଲୋକମାନେ ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଟିକାୟତପଲ୍ଲୀ ବ୍ଲକ୍ ଅଧ୍ୟକ୍ଷାଙ୍କ ସମ୍ପର୍କୀୟ ଗଣେଶଙ୍କୁ ରଶ୍ମିତା ବିବାହ କରିଥିଲେ । ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଦୁହିଁଙ୍କ ବିବାହ କରାଇଥିଲେ । କିନ୍ତୁ କିଛି ଦିନ ହେବ ରଶ୍ମିତା ଓ ଗଣେଶଙ୍କ ମଧ୍ୟରେ କଳହ ଲାଗୁ ରହୁଥିଲା । ଯାହାକୁ ନେଇ ରଶ୍ମିତା ଅଲଗା ରହୁଥିଲେ ।

ରଶ୍ମିତାଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଲୋକେ ତାଙ୍କର ଶବ ସତ୍କାର କରିବାକୁ ବ୍ଲକ୍ ଅଧ୍ୟକ୍ଷାଙ୍କୁ ସାହାର୍ଯ୍ୟ ମାଗିଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଫଳରେ ଏହି ଘଟଣାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକମାନେ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା କରିଥିବା ନେଇ ସୂଚନା ମିଳିଛି ।

ଏହି ଆକ୍ରମଣ ଘଟଣା ପରେ ଅଧ୍ୟକ୍ଷାଙ୍କ ପରିବାର ଲୋକ ଫେରାର ରହିଥିବା ନେଇ ସୁତ୍ରରୁ ପ୍ରକାଶ ।ତାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏଥିସହିତ ଉକ୍ତ ଅଭିଯୋଗକୁ ଆଧାର ପୋଲିସ ପିଡିତାଙ୍କ ସ୍ୱାମୀକୁ ଅଟକ ରଖିଛି ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ଲକ୍ ଅଧ୍ୟକ୍ଷାଙ୍କ ଘର ସମ୍ମୁଖରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.