Latest Odisha News

BREAKING NEWS

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୫୨୨ କୋଟି; ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚମକିବ ଶ୍ରୀକ୍ଷେତ୍ର । ବଦଳିବ ପୁରୀର ରୂପରେଖ । ଜଗନ୍ନାଥ ଧାମ ହେବ ବିଶ୍ୱ ଐତିହ୍ୟ ସହର । ଏଥିପାଇଁ ଆଜି ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାକୁ ଯାଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀ ମୁନିସିପାଲଟି ମାର୍କେଟ ଜମିରେ ପହଂଚି ଶ୍ରୀକ୍ଷେତ୍ରର ନବକଳବେର ପାଇଁ ୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ପୁରୀକୁ ୫୨୨ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ୭ଟି ପ୍ରକଳ୍ପ ପୁରୀକୁ ବିଶ୍ୱ ଐତିହ୍ୟର ରୂପ ଦେବ । ୭ଟି ପ୍ରକଳ୍ପ ମଧ୍ୟରେ ରହିଛି ଆକର୍ଷଣୀୟ ଶ୍ରୀ ସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ୍‌, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେ୍ଲକ୍ସେ ।

ଅବଢ଼ା ଯୋଜନାରେ ହେବାକୁ ଥିବା ୨.୩ କିଲୋମିଟର ବିଶିଷ୍ଟ ଶ୍ରୀସେତୁରେ ୧୮୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଂଟରରେ ୧୯୦ କୋଟି, ବହୁତଳ ପାର୍କିଂ ପାଇଁ ୯୦ କୋଟି, ମାର୍କେଟ କମ୍ପେ୍ଲକ୍ସ ପାଇଁ ୪୪.୮୧ କୋଟି ଓ ଭେଣ୍ଡିଂ ଜୋନ୍ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବିତ ପ୍ରକଳ୍ପର ମ୍ୟାମ ଦେଖିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରିଛନ୍ତି ।

ଏହି ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ହେଲା ପରେ ପୁରୀ ଆହୁରୀ ସୁନ୍ଦର ଦେଖାଯିବ ବୋଲି ନବୀନ କହିଛନ୍ତି । ଏଥିସହ ମାହାପ୍ରଭୁଙ୍କ ଦର୍ଶନ କରି ସେ ହୁବତ ଖୁସି । ରାଜ୍ୟବାସୀଙ୍କ ପାଇଁ ଚାରିଧାମରୁ ଜଗନ୍ନାଥ ଧାମ ପ୍ରତି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ରହିଛି ତେଣୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.