Latest Odisha News

BREAKING NEWS

ମାଲକାନଗିରି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉଡାଇଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବୋଣ୍ଡା ଘାଟି ଅଞ୍ଚଳ ସ୍ଥିତ ପୂଜାରୀଗୁଡା ଜଙ୍ଗଲରେ ଯବାନଙ୍କ ଦ୍ୱାରା ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ମାଲକାନଗିରି ଏସପି ଖିଲାରୀ ହୃଷିକେଶ ଜ୍ଞାନଦେବ କହିଛନ୍ତି ଯେ ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ଡିଭିଏଫ୍ ଓ ଏସଓଜି ଯବାନଙ୍କ ଏକ ମିଳିତ ଟିମ୍ ଗତ ସୋମବାର ଦିନ ବଡ ଧରଣର କମ୍ବିଂ ଅପରେସନ୍ ଆରମ୍ଭ କରିଥିଲା ।

“ଗତ କାଲି ସନ୍ଧ୍ୟାରେ ତଲାସୀ ଅଭିଯାନ ସମୟରେ ଜଙ୍ଗଲ ମଧ୍ୟରେ ଛପି ରହିଥିବା ନକ୍ସଲମାନଙ୍କ ପକ୍ଷରୁ ଅଚାନକ ଗୁଳା ଚାଳନା କରାଯାଇଥିଲା । ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜଙ୍ଗଲ ଭିତରେ ଠାବ କରାଯାଇଥିବା ଶିବିରକୁ ଧ୍ୱଂସ କରାଯିବା ସହ ଅନେକ ଲେଖାକୁ ଜବତ କରାଯାଇଛି । ଏହାବ୍ୟତିତ ଆଜି ସକାଳେ ପୁଣିଥରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି”।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ଗୁଳି ଚାଳନାରେ କୌଣସି ସୁରକ୍ଷାକର୍ମୀ ଆହତ ହୋଇନଥିବା ବେଳେ ଡିଭିଏଫ୍ କର୍ମୀମାନେ ସ୍ଥାନୀୟ କୋରାପୁଟ ଜିଲ୍ଲାର ଓନକୋଡଲୀ ସୀମାକୁ ସିଲ୍ କରିଦେଇଛନ୍ତି ।

ଏହାବ୍ୟତିତ ଓନକୋଡଲୀ, ମାଛକୁଣ୍ଡ ଓ ଲାମତାପୁଟରେ ବିଏସଏଫ୍ କର୍ମୀମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି । ଆବଶ୍ୟକସ୍ଥଳେ ସେମାନଙ୍କୁ ତଲାସୀ ଅଭିଯାନରେ ସାମିଲ ହେବାଲାଗି ଡକାଯାଇପାରେ ବୋଲି ଏସପି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.