Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର ମଧ୍ୟ ଲାଭ ରହିଛି । ବେତମାଡ ନ ଖାଇଲେ ପାପ ଛାଡେ ନାହିଁ କି ପୂଣ୍ୟ ମିଳେ ନାହିଁ । ଆସନ୍ତୁ ଜାଣିବା ଏହି ବେତ ସମ୍ପର୍କରେ । ଏହାର ନାମ ହେଲା ଜାଉଁଳି ବେତ, ଗଉରୀ ବେତ ବା ୨ ଖଣ୍ଡ ବେତ । ଏହି ବେତରେ ତନ୍ତ୍ର ଶକ୍ତି ନିହିତ ରହିଛି ବୋଲି ବିଶ୍ୱାସ କରାଯାଏ । ଗ୍ରାମ ଦେବତା ବା ଦେବୀ ପାର୍ବତୀ ନିର୍ଜନ ରାତିରେ ବିଜେ ବେଳେ ଏହି ବେତ ଧରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ଏହି ବେତକୁ ସିଦ୍ଧ ବେତ ବୋଲି ମଧ୍ୟ କୁହାଯାଇଥାଏ ।

                                            କାଳିଆ ଦୁଆର ବେତବାଡି
                                            ବାଜିଲେ ପାତକ ଯାଏ ଛାଡି ।

ଆଊ ଏକ କିମ୍ବଦନ୍ତ୍ରୀ ଅନୁସାରେ ସ୍ୱୟଂ ପ୍ରଜାପତି ବ୍ରହ୍ମା ସେହି ବେତକୁ ବିଶ୍ୱକର୍ମାଙ୍କ ଦ୍ୱାରା କଟାଇ ବାଂଟିଥିଲେ । ଜୟ ଓ ବିଜୟ ଦୁଇ ଖଣ୍ଡ ବେତ ଧରି ଶ୍ରୀ ବିଷ୍ଣୁଙ୍କ ଜଗୁଆଳି ହେଲେ । ଗଉରୀଙ୍କ ବେତକୁ ପ୍ରତିହାରୀମାନେ ଧାରଣ କରିଥାନ୍ତି ।

ଏହି ବେତକୁ ନୀତି ଅନୁସାରେ ପୂଜା କରାଯିବା ପରେ ଧାରଣ କରାଯାଇଥାଏ । ଦୁର୍ଗୋତ୍ସବରେ ବେତକୁ ଘରେ ପୂଜା କରାଯାଏ ଏବଂ ଶୀତଳ ଭୋଗ କରାଯାଏ । ଦୁର୍ଗାଙ୍କ ଶଙ୍ଖୁଡି ଭୋଗ ବେଳେ ବେତକୁ ଘୋଡାଇ ଦିଆ ଯାଇଥାଏ ।

ଦଶହରା ଦିନ ପୂଜାରୁ ଉଠାଯାଏ ଏବଂ ବେତଯୋଡିକ ଆଣି ମହାଭୈରବ ରୂପି ଜଗନ୍ନାଥ ବିଜେ କରିଥିବା ରତ୍ନ ସିଂହାସନରେ ସ୍ପର୍ଶ କରାଯାଏ । ଏହି ବେତ ବା ବାଡି ପ୍ରତହାରୀ ସେବକଙ୍କ ଆୟୁଧ ।

ପ୍ରତିଦିନ ଏହି ସେବକମାନେ ବାଡି ଧରି ଆସି ପ୍ରଥମେ କାଠ ନିକଟରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ମଣିମା, ମଣିମା ଡାକନ୍ତି । ଏହା ପରେ ନିଜ ସେବା ଆରମ୍ଭ କରନ୍ତି ।

Leave A Reply

Your email address will not be published.