Latest Odisha News

BREAKING NEWS

ଆଇସିଏସ୍ଆଇ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ଆଇସିଏସଆଇ (ଇନଷ୍ଟିଚ୍ୟୁଟ୍ ଅଫ କମ୍ପାନୀସେକ୍ରେଟେରୀଜ୍ ଅଫ ଇଣ୍ଡିଆ) ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ଏହାର ସ୍ଥାପନାର ୫୦ ବର୍ଷରେ ବହୁ ମାଇଲ ଖୁଂଟ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛି । କମ୍ପାନୀ ସେକ୍ରେଟେରୀଙ୍କ ବୃତିକୁ ବିକଶିତ ତଥା ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟ ନେଇ ଗଠିତ ଏହି ପ୍ରତିଷ୍ଠାନ ଆଜି ଜାତୀୟସ୍ତରରେ ନିଜକୁ ଏକ ପେଶାଦାର ସଂସ୍ଥାନ ଭାବେ ପ୍ରତିଷ୍ଠିତ କରିପାରିଛି । ୧୯୬୮ରେ ଏକ କ୍ଷୁଦ୍ର ବୁନିୟାଦି ଢ଼ାଂଚାରୁ ଆରମ୍ଭ ହୋଇଥିବାଏହି ପ୍ରତିଷ୍ଠାନ ଏବେ ଦେଶର କୋଣ ଅନୁକୋଣକୁ ପ୍ରସାରିତ ହୋଇପାରିଛି ।

‘୫୦ବର୍ଷର ଗୌରବମୟ ଯାତ୍ରା-ତୃଣମୂଳସ୍ତରରୁ ବିଶ୍ୱସ୍ତରକୁ ସଂଯୋଗୀକରଣ’ (ଏ ଜର୍ଣ୍ଣିଂ ଅଫ ୫୦ ଗ୍ଲୋରିୟସ୍ଇୟର୍ସ- କନେକ୍ଟିଂ ଫ୍ରମ୍ଗ୍ରାସ୍ରୁଟ୍ଟୁଗ୍ଲୋବାଲ୍’) ବିଷୟବସ୍ତକୁ ନେଇ ଭୁବନେଶ୍ୱରଠାରେ ୩୦ ଅଗଷ୍ଟଠାରୁ ସେପ୍ଟମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି ।


ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ସଂସ୍କରଣ)କୁ ଉଦ୍ଘାଟନ କରିଛନ୍ତି । ଉପସ୍ଥିତ ପ୍ରତିଷ୍ଠିତବିଦ୍ୱାନ, ବରିଷ୍ଠପ୍ରଫେସନାଲ, ସରକାରୀ ଅଧିକାରୀ, ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଏବଂ ଗଣ୍ୟମାନ୍ୟବ୍ୟକ୍ତିଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇସିଏସ୍ଆଇ ଅନୁଷ୍ଠାନ ସଂସ୍ଥାଗତ ଉକ୍ରୃଷ୍ଟତା ପ୍ରାପ୍ତ କରିବା ଏବଂ ୫୦ ବର୍ଷ ଧରି ଉତମ କର୍ପୋରେଟ ପରିଚାଳନା ପାଇଁ ଆଲୋକବର୍ତିକା ଭାବେ ନିଜକୁ ପ୍ରମାଣିତକରି ପାରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ନୂଆଭାରତ ୨୦୨୨କୁ ଏକ ରୂପରେଖ ଦେବାରେ ଅନୁଷ୍ଠାନ ଏବଂଏହାରଲାଭାର୍ଥୀଙ୍କ ନିଃସ୍ୱାର୍ଥପରତଥା ନିଷ୍ଠାପର ଯୋଗଦାନକୁ ମୁଖ୍ୟମନ୍ତ୍ରୀଶ୍ରୀ ପଟ୍ଟନାୟକ ଭୂୟସୀ ପ୍ରଂଶସା କରିଥିଲେ ।

 

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଂପାନୀର ବିକାଶରେ କଂପାନୀ ସେକ୍ରେଟାରୀମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ପୂର୍ବଭାରତର ଏକ ମ୍ୟାନୁଫାକଚରିଂ ହବ ରୂପେ ବେଶ୍ ସୁପରିଚିତ । ମୋର ବିଶ୍ୱାସ, ଆଗାମୀ ଦିନରେ ହେବାକୁ ଥିବା ମେକ୍ ଇନ ଓଡ଼ିଶା କ୍ୟାଂପେନ ଓ କନକ୍ଲେଭ୍ କଂପାନୀ ସେକ୍ରେଟାରୀମାନଙ୍କ ନିମନ୍ତେ ବେଶ୍ ସୈାହାର୍ଦ୍ଦ୍ୟପୂର୍ଣ୍ଣ ରହିବ ।

ଏହି ଅବସରରେ ଅରୁଣ ମିଶ୍ର, ଅଧ୍ୟକ୍ଷ, ଟାଟା ଷ୍ଟିଲ ଏସଇଜେଡ ଲିଃ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.