Latest Odisha News

ଜାତୀୟସ୍ତର ଏସସି-ଏସଟି ରାଜ୍ୟ ସମ୍ମିଳନୀ ଓ ଏନଏସଆଇସି ର ଧର୍ମପଦ ଭବନ ଉଦଘାଟନ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏସସି/ଏସଟି କନକ୍ଲେଭ ତଥା ପ୍ରଦର୍ଶନୀର ଆୟୋଜନ ହୋଇଯାଇଛି ।

ଏହି ସମ୍ମିଳନୀରେ ବିଭିନ୍ନ ବ୍ୟାଙ୍କ, ସିପିଏସଇ, ଉଦ୍ୟୋଗୀ ସଂଘ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିର ଭାଗିଦାରୀ ଦେଖିବାକୁ ମିଳିଥିଲା ।

ଏନଏସଏସଏଚ ଅଧୀନରେ ବିଭିନ୍ନ ଯୋଜନା ତଥା ସ୍ପେସିଆଲ ମାର୍କେଟିଂ ଆସିଷ୍ଟାନ୍ସ ସ୍କିମ, ସିଙ୍ଗଲ ପଏଣ୍ଟ, ରେଜିଷ୍ଟ୍ରେସନ ସ୍କିମ ସମେତ ମୁଦ୍ରା, ଷ୍ଟାଣ୍ଡ ଅଫ ଇଣ୍ଡିଆ, ସିଜିଟିଏମଏସଇ ପରି କେନ୍ଦ୍ରୀୟ ଯୋଜନା ବାବଦରେ ସଚେତନତା ସୃଷ୍ଟି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏହାସହିତ ଏସସି/ଏସଟି ଏମଏସଇଠାରୁ କ୍ରୟ କରାଯାଇ ପାରୁଥିବା ଉତ୍ପାଦ/ସେବା ବାବଦରେ ସୂଚନାକୁ ପ୍ରସାରିତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ।

ଏହି ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନଜାତି ବିଭାଗ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଏମଏସଏମଇ ମନ୍ତ୍ରଣାଳୟ ଗିରିରାଜ ସିଂହ ଏବଂ ବିଭିନ୍ନ ବିଭାଗର ସଚିବ ମାନେ ଅତିଥିଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.