ଭୁବନେଶ୍ବର: ଚଳିତ ରଥଯାତ୍ରାରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । ଏନେଇ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଖାଲି ମୋଦି ନୁହଁ ତାଙ୍କ ସହିତ ସମସ୍ତ କେନ୍ଦ୍ରମନ୍ତ୍ରୀଏବଂ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ନୀତି ଆୟୋଗଙ୍କ ବୈଠକ ଅବସରରେ ସମସ୍ତଙ୍କୁ ରଥଯାତ୍ରାରେ ପୁରୀ ଆସବାକୁ ବିନମ୍ର ଅନୁରୋଧ କରାଯାଇଛି । ଜୁନ୍ ୨୭ ତାରିଖ ରଥାଯାତ୍ରା ଦିନ ରଥରେ ବିରାଜିବେ ତିନି ଠାକୁର । ଏହି ଦିବ୍ୟଲୀଳା ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେହିପରି, ଆସନ୍ତା ମାସରେ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରାଜ୍ୟ ପୂର୍ତ୍ତ, ଅବକାରୀ ଓ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେଇପାରନ୍ତି ବୋଲି କିଛି ଦିନ ପୂର୍ବେ କହିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
Comments are closed.