Latest Odisha News

BREAKING NEWS

ପୋଲିସ କର୍ମଚାରୀଙ୍କ ପାଇଁ ୫୦୪ ସରକାରୀ ଗୃହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ ଗୃହର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନିର୍ମାଣ ହେବାକୁ ଥିବା ବାସଗୃହର ତିନି ଭାଗରୁ ୨ ଭାଗ କନେଷ୍ଟବଳ ଓ ମୁଖ୍ୟ କନେଷ୍ଟବଳଙ୍କୁ ମିଳିବ । ୫୦୪ଟି କ୍ବାର୍ଟର ମଧ୍ୟରୁ ୫୬ଟି ଇ-ଟାଇପ୍ କ୍ବାର୍ଟର ଯାଁଳାରେ ତିଆରି ହେବ । ସେହିପରି ୨୮ଟି ଡି-ଟାଇପ୍ କ୍ବାର୍ଟର ରିଜର୍ଭ ପୋଲିସ ଲାଇନରେ, ୨୮ଟି ଇ-ଟାଇପ୍ କ୍ବାର୍ଟର ତମାଣ୍ଡୋରେ, ୨୮ଟି ଇ-ଟାଇପ୍ କ୍ବାର୍ଟର ଏୟାରଫିଲ୍ଡ ଅଞ୍ଚଳ, ୨୮ଟି ଇ-ଟାଇପ୍ କ୍ବାର୍ଟର ବଡ଼ଗଡ଼ ଥାନା ଅଞ୍ଚଳରେ, ରିଜର୍ଭ ପୋଲିସ ଲାଇନରେ ୨୮ଟି ଏଫ୍-ଟାଇପ୍ କ୍ବାର୍ଟର, ଲକ୍ଷ୍ମୀସାଗରରେ ୨୮ଟି ଏଫ୍-ଟାଇପ୍ କ୍ବାର୍ଟର, ୨୮ଟି ଏଫ୍-ଟାଇପ୍ କ୍ବାର୍ଟର ବଡ଼ଗଡ଼, ରିଜର୍ଭ ପୋଲିସ ଲାଇନରେ ୨୮ଟି ଏଫ୍-ଟାଇପ୍ କ୍ବାର୍ଟର ନିର୍ମାଣ ହେବ ।

ଭୁବନେଶ୍ବର ସହାରଞ୍ଚଳ ପୋଲିସ କର୍ମଚାରୀଙ୍କ ପାଇଁ ବାସ ଗୃହ ତିଆରି ହେବ । ଆସନ୍ତା ୫ବର୍ଷ ଧରି ଚାଲିବ ପ୍ରକଳ୍ପ କାମ । ଆଗକୁ ପୂରା ରାଜ୍ୟରେ ପୋଲିସ କର୍ମଚାରୀଙ୍କ ପାଇଁ ଘର ତିଆରି ହେବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।

Leave A Reply

Your email address will not be published.