Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୩ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଉପାସନା ବିନା ଶାସ୍ତ୍ର ନିର୍ଦ୍ଦେଶିତ ପରଂବ୍ରହ୍ମଙ୍କୁ ସର୍ବୋତ୍ତ ଭାବେ ଜାଣିବା କଷ୍ଟକର । ଆପଣ ଯେତେ ପାପ ବା ପୁଣ୍ୟ କରନ୍ତୁ ଶ୍ରୀଜଗନ୍ନାଥଙ୍କ ଶରଣ ବିନା ପରଂବ୍ରହ୍ମଙ୍କ ଉପଲବ୍ଧି ଅସମ୍ଭବ । ଜାଣିରଖିବା ଉଚିତ ଦାରୁ ରୂପ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାଖରେ ଶ୍ରୁତି ବା ସ୍ମୃତି ବର୍ଣ୍ଣିତ ବିଧି ବିଧାନ, ଅବା ନିୟମର ଆବଶ୍ୟକତା ନାହିଁ । କାରଣ ଏକ ଉଦାରବାଦୀ ତଥା ମାନବବାଦୀ ଚେତନା ସହ ଶ୍ରୀଜଗନ୍ନାଥ ଏଠି ପ୍ରତିଷ୍ଠିତ ହୋଇଛନ୍ତି । ଏଠାରେ ସମସ୍ତ ଦର୍ଶନ, ସମସ୍ତ ଆକର୍ଷଣ, ସମସ୍ତ ଚେତନା ଅତ୍ୟନ୍ତ ସମ୍ବେଦନଶୀଳ ଓ ମାନବିକତାର ପୃଷ୍ଠଭୂମିରେ ପ୍ରତିଷ୍ଠା ପାଇଛି । ସ୍କନ୍ଦ ପୁରାଣ କହେ :
“କ୍ୱେଦଂ ଦାରୁମୟଂ ବ୍ରହ୍ମ ପାପରାଶି ଦବାନଳଂ, ସଚ୍ଚିଦାନନ୍ଦ କୈବଲ୍ୟଂ ମୁକ୍ତିଦଂ ଦର୍ଶନାଦପି । ”
ବର୍ତ୍ତମାନ ଶ୍ରୀଜଗନ୍ନାଥ ଉପାସନା ସାରା ବିଶ୍ୱରେ ଆଦର ଲାଭ କରିବାର ମୂଳ କାରଣ ଏହାର ଉଦାରତା ଓ ମାନବିକତାର ସ୍ପର୍ଶ । ସେ ପତିତପାବନ, ସେ ଆରତତ୍ରାଣ, ସେ ଦୀନବନ୍ଧୁ, ସେବି ଜଗବନ୍ଧୁ । ସେ ଯଥାର୍ଥରେ ଦାରୁ ରୂପୀ ପରଂବ୍ରହ୍ମ ।
ଆସନ୍ତୁ ତାଙ୍କ ଶରଣକୁ ଯିବା । ନିଜର ମନ, ହୃଦୟ ତାଙ୍କୁ ସମର୍ପଣ କରି ଗାଇବା । ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ :

“ଜୟ ଜୟ ଜଗନ୍ନାଥ ଦାରୁରୂପ ଧାରୀ
ନୀଳ ଗିରିଶ ଗିରିଶ ବନ୍ଦନୀୟ ହରି । ”

ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ.

Leave A Reply

Your email address will not be published.