ଭୁବନେଶ୍ବର: ଯୁବବର୍ଗକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବଢିଲା ଗୃହରକ୍ଷର ପଦବୀ ସଂଖ୍ୟା । ରାଜ୍ୟରେ ୨୫୦୦ ନୂଆ ଗୃହରକ୍ଷୀ ପଦବୀ ସଂଖ୍ୟା ସ୍ୟୃଷ୍ଟଇ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ପଦବୀ ଗୁଡିକୁ ପୂରଣ ମଧ୍ୟ କରାଯିବ ।
ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ରହିଥିବା ବେଳେ ଆଜି ନୂଆ ପଦବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା ଆଉ ୨୫୦୦କୁ ବୃଦ୍ଧି ହୋଇଛି । ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦, ୧୭୫କୁ ବୃଦ୍ଧି ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ଗୃହରକ୍ଷୀ ବିଭାଗରେ ୨,୫୦୦ ନୂଆ ପଦବୀ ସୃଷ୍ଟି କରିଛନ୍ତି ।
Comments are closed.