Latest Odisha News

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଅଛି, ଶାନ୍ତି ବଜାୟ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜବାବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧହୁଏ ତାଙ୍କର ବିଧାନସଭାଠୁ ଅନ୍ୟକିଛି ଗୁରୁତ୍ବପୂର୍ଣ୍ଣ କାମ ଥିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଅଛି, ଶାନ୍ତି ବଜାୟ ରହିଛି । ୮୧ ଦିନ ସରକାରରେ ଅପରାଧିକ ସ୍ଥିତି ନେଇ ୨ରୁ ୩ଥର ସମୀକ୍ଷା କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ କେବେ ଧ୍ୟାନ ଦେଇନାହାନ୍ତି । ପୂର୍ବ ସରକାରରେ ଅପରାଧୀଙ୍କ ମନରେ ଡର କି ଭୟ ନଥିଲା । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋଲିସକୁ ତା କାମ କରିବାକୁ ଦିଆଯାଇ ନଥିଲା । କିନ୍ତୁ ଆମ ସରକାର ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀଦଳ ନେତା । ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ବିରୋଧ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ରଥଯାତ୍ରା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା ଘଟଣା, ଚିକିଟି ମଦ ମୃତ୍ୟୁ, ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ଉଠାଇବା ସହ ମୋହନ ସରକାରଙ୍କୁ ଟାର୍ଗେଟ୍‌ କରି ନବୀନ କହିଥିଲେ ଯେ, ମୋ ସରକାରରେ ଆଇନ ବିଶୃଙ୍ଖଳା ହୋଇନି । ଏସବୁ ଘଟଣା ଅତ୍ୟନ୍ତ ଚିନ୍ତାଜନକ । ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର ।

Comments are closed.