ଚଣ୍ଡିଗଡ଼: ଏଣିକି ବୃକ୍ଷକୁ ବି ମିଳିବ ପେନ୍ସନର ସୁବିଧା। ୭୫ ବର୍ଷ ପୁରୁଣା ବୃକ୍ଷଗୁଡିକୁ ମିଳିବ ପେନ୍ସନ। ଏମିତି ଏକ ନିୟମ ଲାଗୁ କରିଛନ୍ତି ହରିୟାଣା ସରକାର। ହରିୟାଣାରେ ପ୍ରାୟ ୨୫୫୦ ଗଛ ୭୫ ବର୍ଷ ପୁରୁଣା ହୋଇଯାଇଛି। ବର୍ତ୍ତମାନ ସେମାନେ ପେନ୍ସନ୍ ପାଇବେ। ‘ପ୍ରାଣ ବାୟୁ ଦେବତା ପେନ୍ସନ୍ ଯୋଜନା’ ଅଧୀନରେ ଏହି ପୁରୁଣା ଗଛଗୁଡିକର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ବାର୍ଷିକ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
ଏହି ପେନ୍ସନ୍ ସ୍କିମ୍ ‘ଅକ୍ସି-ୱାନ୍’ ପ୍ରକଳ୍ପ ଅଧୀନରେ ଅଛି। ଏହି ପେନ୍ସନ୍ ରାଶି ସହରାଞ୍ଚଳ ସଂସ୍ଥା ଦ୍ବାରା ପ୍ରଦାନ କରାଯିବ। ଯାହା ଦ୍ବାରା ଏହି ପୁରୁଣା ଗଛଗୁଡିକ ରକ୍ଷଣାବେକ୍ଷଣ ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଆଗାମୀ ବିପର୍ଯ୍ୟୟ ବିରୁଦ୍ଧରେ ଏକତ୍ରିତ ହେବା ପାଇଁ ଅମ୍ଳଜାନ ସଙ୍କଟକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା। ଏହା ଅଧୀନରେ ୫ ଏକରରୁ ୧୦୦ ଏକର ପର୍ଯ୍ୟନ୍ତ ଜମିରେ ଅମ୍ଳଜାନ-ଜଙ୍ଗଲ ସ୍ଥାପନ କରାଯିବ। ଏଥିରେ ବିଭିନ୍ନ ପ୍ରକାରର ଅମ୍ଳଜାନ ଉପଯୋଗୀ ବୃକ୍ଷ ରୋପଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ପାଞ୍ଚ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।
Comments are closed.