ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଦେଶରେ ପୁଣି ଓଡ଼ିଶା ପ୍ରଥମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ ହୋଇଛି । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାରେ ଦ୍ୱୀତୀୟ ଓ୍ୱେଭରେ ସଂକ୍ରମଣ ହାର ସବୁଠୁ କମ୍ ରହିଥିଲା ।

ଏହି ସର୍ଭେରେ ଉଲ୍ଲେଖ ରହିଛି ଯେ, ଓଡ଼ିଶାରେ ୭୨ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଜାନୁଆରୀ ମାସରେ ହୋଇଥିବା ସର୍ଭେରେ ବି ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଥିଲା । ସେତେବେଳେ ଓଡ଼ିଶାରେ ୮୬ ପ୍ରତିଶତ ଲୋକ ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପରେ ଖୁସ୍ ।
ଅଗଷ୍ଟ ସର୍ଭେରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ତାମିଲନାଡୁ ଓ ଗୁଜରାଟ ଅଛନ୍ତି ।
BREAKING NEWS
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…

Comments are closed.