Latest Odisha News

BREAKING NEWS

ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ଘୋଷଣା କରିଛନ୍ତି। ପ୍ରତି ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। କୋଚ୍ ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ୫୦ ହଜାର ଲକ୍ଷ ଟଙ୍କାର ପୁରସ୍କାର ମିଳିବ। ୪୪ ବର୍ଷ ପରେ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛି ମହିଳା ହକି ଦଳ।

ଏସିଆନ ଗେମ୍ସର ଫାଇନାଲରେ ଭାରତ ୧-୦ ଗୋଲରେ ଚୀନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ମ୍ୟାଚର ଦଶମ ମିନିଟରେ ଲାଲରେମସିଆମିଙ୍କ ଗୋଲ୍ ଭାରତକୁ ଆଗୁଆ କରିଥିଲା। ଏହାପରେ ଚୀନର ଆକ୍ରମଣକୁ ରୋକି ଭାରତୀୟ ଦଳ ବିଜୟ ବଜାୟ ରଖିଥିଲା। ଗୋଲକିପର ସବିତା ପୁନିଆଙ୍କ ଗୁରୁତ୍ୱପୂର୍ଣ୍ଣ ପେନାଲ୍ଟି ଷ୍ଟ୍ରୋକ୍ ସେଭ୍ ମଧ୍ୟ ମ୍ୟାଚର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା।

୧୯୮୨ ପରେ ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଟିମ୍ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଛି। ଏହି ସଫଳତା ସହ ଭାରତୀୟ ଦଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି। ସେପଟେ ଓଡ଼ିଶାରେ ମଧ୍ୟ ହକି ଖେଳାଳିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ପୁରସ୍କାର ପ୍ରଦାନ କରିଛନ୍ତି। ଜୁନିୟର ଏସିଆ କପ୍ ହକି ୨୦୨୬ରେ ଚାମ୍ପିୟନ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ଏବଂ ପ୍ରତ୍ୟେକଙ୍କୁ ୧.୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।

 

Leave A Reply

Your email address will not be published.