Latest Odisha News

BREAKING NEWS

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଜଳପାଇଗୁଡି ନିକଟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଆଜି କଞ୍ଚନଜଙ୍ଗା ଏକ୍ସପ୍ରେସ ପଶ୍ଚିମବଙ୍ଗର ସିଲିଗୁରି ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଟ୍ରେନ୍ ଟି ଅଗରତାଲାରୁ ଆସି ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌ । ଫଳରେ ଟ୍ରେନର ୩ରୁ ଅଧିକ ବଗି କ୍ଷତିଗ୍ରସ୍ତ ହୋଇଛି । ଏହାସହିତ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୦ ଜଣ ଆହତ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.