Latest Odisha News

BREAKING NEWS

ହାଇଦ୍ରାବାଦ ସ୍ଥିତ ‌’ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ ଏହା…

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ‌ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନ ଦାର୍ଶନିକ, ସନ୍ଥ ତଥା ସମାଜ ସଂସ୍କାରକ ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗସ୍ତ ସମୟରେ ଏହି ପ୍ରତିନିଧିମଣ୍ଡଳୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନା ଶ୍ରୀମନ୍ତ ନାରାୟଣ ରାମାନୁଜ ଜିୟାର ସ୍ବାମୀଜୀଙ୍କୁ ଭେଟିବା ସହ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ଅନ୍ତର୍ଭୁକ୍ତ ଦର୍ଶନ ଓ ସମସାମୟିକ ସମାଜରେ ରାମାନୁଜାଚାର୍ଯ୍ୟଙ୍କ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସ୍ବାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଓଡ଼ିଶା ଲୋକଙ୍କ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଶୁଭକାମନା ଜଣାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତ୍ରିଦଣ୍ଡି ଅହୋବିଲା ରାମାନୁଜ ଜିୟାର ସ୍ବାମୀଜୀଙ୍କ ଦ୍ବାରା ରଚିତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ପର୍ଯ୍ୟବସିତ ଓଡ଼ିଆ ଭଜନକୁ ଉନ୍ମୋଚନ କରିଛନ୍ତି ।

ଏହା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଷ୍ଟାଚ୍ୟୁ ଅଫ୍‌ ଇକ୍ବାଲିଟି କେବଳ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ନୁହେଁ ବରଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ବାରା ପ୍ରଦତ୍ତ ସାମାଜିକ ନ୍ୟାୟ, ମାନବିକ ମର୍ଯ୍ୟାଦାର କାଳଜୟୀ ମୂଲ୍ୟବୋଧକୁ ସ୍ମରଣ କରିଥାଏ । ଏହି ମୂଲ୍ୟବୋଧ ଓଡ଼ିଶାର ବିକାଶ, ସାମାଜିକ ସମନ୍ବୟ ଓ ‌ଲୋକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ମାର୍ଗଦର୍ଶନ କରିବ ।

Leave A Reply

Your email address will not be published.