Latest Odisha News

BREAKING NEWS

ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା’ ତାରିଣୀଙ୍କୁ ଦର୍ଶନ କରି ତାଙ୍କ ଆଶିଷ ନେବା ପରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ତାରିଣୀ ମନ୍ଦିରରେ ୫୦ କୋଟିର କାମ ଚାଲିଥିବା ବେଳେ ଆଉ ୫୦ କୋଟି ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ତେବେ ରବିବାର ଦୁଇ ଦିନିଆ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝର ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ପ୍ରଥମ ମା ତାରେଣୀଙ୍କୁ ଦର୍ଶନ କରିଛନ୍ତି । ଘଟଗାଁରେ ଏକ ରୋଡ ଶୋ ଯୋଗେ ମା’ଙ୍କ ଆଶିଷ ନେିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେପଟେ ସଜେଇ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଗାଁ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ ଥର ପାଇଁ ମୋହନ ମାଝୀ ତାଙ୍କ ଗାଁ ରାଇକଳା ଗସ୍ତ କରୁଥିବାରୁ ଗାଁକୁ ସଫା ଓ ସୁନ୍ଦର କରୁଛନ୍ତି ଗାଁ ଲୋକମାନେ । ଏହା ସହିତ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡା କଡି କରାଯାଇଛି ।

ରୋଡ ଶୋ’ କରି ଘଟଗାଁର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ ସାରି ସେଠାରୁ ପୁଣି ହେଲିକପ୍ଟର ଯୋଗେ କେନ୍ଦୁଝର ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇବେ । ଏହାପରେ କାର ଯୋଗେ ପୁରୁଣା ସହର ଯାଇ ବଳଦେବଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପରେ ଏକ ରୋଡ ଶୋ’ରେ କେନ୍ଦୁଝର ସହର ପରିକ୍ରମା କରିବେ । ଏହାପରେ କେନ୍ଦୁଝର ସର୍କିଟ ହାଉସଠାରେ ରାତ୍ରିଯାପନ କରିବା ସହିତ ୨୪ ତାରିଖ ସକାଳେ ନିଜ ଗାଁ ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ । ଗାଁ ନିକଟରେ ଥିବା ଝୁମ୍ପୁରାରେ ଏକ ରୋଡ ଶୋ’ କାର୍ଯ୍ୟକ୍ରମ ପରେ ସେଇଦିନ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave A Reply

Your email address will not be published.