Latest Odisha News

ଲୋକସେବା ଭବନରେ ଜିଲ୍ଲାପାଳଙ୍କ ଆସର

ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହେଲା ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଶାସନ ଓ ପ୍ରଶାସନ ନେଇ ବିଭିନ୍ନ ବିଷୟରେ ଆଲୋଚନା ଚାଲିଛି । ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଳାପାଳଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ  କେଭି ସିଂ ଦେଓ ଏବଂ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହି ଜିଲ୍ଲପାଳମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ।

ଆଜି ଓ କାଲି ଦୁଇ ଦିନ ଧରି ଏହି ବୈଠକ । ତେବେ ଆସନ୍ତାକାଲି ହେବାକୁ ଥିବା ବୈଠକରେ ସମସ୍ତ ଜିଲ୍ଲାର ଏସପିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହି ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଲୋକଙ୍କ ସମସ୍ୟା ଓ ରାଜ୍ୟ ସରକାରଙ୍କ ରୋଡମ୍ୟାପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ତେବେ ସରକାର କିପରି ଲୋକାଭିମୁଖୀ କାର୍ଯ୍ୟ ପାଇଁ ତତ୍ପର ହେବ, ତୃଣମୂଳ ସ୍ତରର ଲୋକଟି କିପରି ସରକାରଙ୍କ ପାଖରେ ପହଞ୍ଚିବ ସେନେଇ ସମସ୍ତଙ୍କୁ ଗୁରୁମନ୍ତ୍ର ଦେବା ରାଜ୍ୟ ସରକାର ।

Leave A Reply

Your email address will not be published.