ଭୁବନେଶ୍ବରେ: ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ ଏବଂ ସ୍ବତନ୍ତ୍ର କରିପାରିଛି। ଆପଣଙ୍କ ମାର୍ଗଦର୍ଶନ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ ନୂଆ ଆଶା, ଉତ୍ସାହ ଏବଂ ଉଦ୍ଦୀପନା ଭରିଦେବା ସହ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି।ଏଥିପାଇଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି।’
ସେହିପରି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବାସୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଓଡ଼ିଶା ନେଇ ବିଶ୍ୱବାସୀ ଜାଣିବା ପାଇଁ ପାଇଲେ, ସର୍ବଦା ଓଡ଼ିଶାବାସୀ ପ୍ରବାସୀଙ୍କୁ ସ୍ୱାଗତ କରିବ । ଆଶା କରୁଛି ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନର ପ୍ରଚାର କରିବେ ପ୍ରବାସୀ ।
ସେହିପରି ଆଜି ‘ପ୍ରବାସୀ ଭାରତୀୟ ଦିବସ’ର ଦିତୀୟ ଦିନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ବରିଷ୍ଠ ନେତୃତ୍ୱ ଏବଂ ପ୍ରବାସୀ ଭାରତୀୟ ବନ୍ଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ଲେଖିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।