Latest Odisha News

ରାଜ୍ୟରେ ଆରମ୍ଭ ହେଲା ‘ପିଏମ ଉଷା’

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଆଜି କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ପିଏମ୍ ଉଷା ଯୋଜନା ଶୁଭାରମ୍ଭ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପିଏମ୍- ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ପୂରା ରାଜ୍ୟରେ ‘ପିଏମ୍- ଉଷା’ ଯୋଜନା ଉଚ୍ଚଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି କରିବ । ଯେଉଁଥିରେ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷକଙ୍କ ଉପଯୁକ୍ତ ତାଲିମ୍‌କୁ ଗୁରୁତ୍ବ ଦିଆଯିବ । ଯାହା ଦକ୍ଷତା ବିକାଶ ଓ ଚାକିରି କ୍ଷେତ୍ରରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.