Latest Odisha News

BREAKING NEWS

ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ବର: ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ । କେନ୍ଦୁଝରରୁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି । ଆଉ ଆଜି ମୟୁରଭଞ୍ଜ ଯିବେନି ମୁଖ୍ୟମନ୍ତ୍ରୀ ।

ତେବେ କହିରଖୁଛୁ, ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଯିବା କାର୍ଯ୍ୟକ୍ରମ ରହିଥିଲା । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଯାଇଥାନ୍ତେ । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଛଉ ପଡ଼ିଆ ଠାରେ ଆୟୋଜିତ ବିକାଶ ମେଳାରେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା ।

ଏଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦୁଝରରୁ ହେଲିକପ୍ଟର ଯୋଗେ ଦିନ ସାଢ଼େ ୧ଟାରେ ଅବତରଣ କରିଥାନ୍ତେ । ସେଠାରେ ଆଜି ରାତିରେ ରହି କାଲି ସକାଳେ ୮ଟା ୪୫ରେ ଭୁବନେଶ୍ୱର ଫେରିଥାନ୍ତେ ହେଲେ ତାଙ୍କ ହେଲିକପ୍ଟରରେ କୗେଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ସେ କେନ୍ଦୁଝରରୁ ମୟୂରଭଞ୍ଜ ଯାଇପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ସିଧା ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.