Latest Odisha News

BREAKING NEWS

ଗୋପବନ୍ଧୁଙ୍କ ଗାଁରେ ମୁଖ୍ୟମନ୍ତ୍ରୀ; କହିଲେ,’ ଏ ସରକାର ଗରିବଙ୍କ ସରକାର, ୫ ବର୍ଷରେ ୫୦ ବର୍ଷର କାମ କରିବୁ ।’

ପୁରୀ: ‘ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ଆମେ ପହଞ୍ଚିବୁ । ୫ ବର୍ଷ ଭିତରେ ୫୦ ବର୍ଷର ବଳକା କାମ ପୂରଣ କରିକି ଦେଖାଇବୁ ।’ କିଛି ,ମିତି କହି ଆଜି ସୁଆଣ୍ଡୋ ଗାଁରେ ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ପରେ ପୁରୀ ସତ୍ୟବାଦୀ ସୁଆଣ୍ଡୋ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଷଠୀଘର ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂ ଦେଓ ଓ ପ୍ରଭାତୀ ପରିଡ଼ା ଏବଂ ସତ୍ୟବାଦୀ ବିଧାୟକ ଓଁପ୍ରକାଶ ମିଶ୍ର ମଧ୍ୟ ସାମିଲ ରହିଥିଲେ ।

ଏହା ସହିତ ସୁଆଣ୍ଡୋବାସୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଭଲ ମନ୍ଦ ବୁଝିବା ସହ ସେ ପ୍ରତିଶ୍ରୁତି ଦେଇ କହିଛନ୍ତି, ଏ ସରକାର ଗରିବଙ୍କ ସରକାର, ଲୋକଙ୍କ ପାଖରେ ନିଶ୍ଚୟ ପହଞ୍ଚିବ । ଆଗାମୀ ୫ ବର୍ଷ ଭିତରେ ୫୦ ବର୍ଷର ଯେଉଁ କାମ ବାକି ରହିଯାଇଛି ତାହା ପୂରଣ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ ହେବ ବୋଲି ସେ ପ୍ରତିଶ୍ରୁତି ଦେିଛନ୍ତି  ।

Leave A Reply

Your email address will not be published.