Latest Odisha News

ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାନ କିଣା ବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା । ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେନି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ଆଜି ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଏପରିକି କେବଳ ମଣ୍ଡିରେ ଥରେ ହିଁ ଯାଞ୍ଚ ହେବ ଧାନର ମାନ । ପୂର୍ବରୁ ମଣ୍ଡିରେ ଓ ମିଲ୍‌ରେ ଧାନର ମାନ ଯାଞ୍ଚ ହେଉଥିଲା । ଧାନ ବିକ୍ରିର ସମୟ ସୀମା ବଢ଼ାଇ ପାରିବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ଦିଆଯିବ ଅଧିକୃତ କ୍ଷମତା, ସରକାରଙ୍କୁ ପଠାଇବାକୁ ପଡ଼ିବନି । ସମସ୍ତ ମଣ୍ଡିର ଆଧୁନିକୀକରଣ ପାଇଁ ଖର୍ଚ୍ଚ ହେବ ୫୫୦ କୋଟି ଟଙ୍କା । ଧାନକିଣା ବେଳେ ଜିଲ୍ଲା ଦାୟିତ୍ବରେ ରହିବେ ବିଭାଗୀୟ ମନ୍ତ୍ରୀ ।

ସେହିପରି ପ୍ରତି ମଣ୍ଡି ପାଇଁ ଅଧିକୃତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । କିଛି ମଣ୍ଡିକୁ ନେଇ ଜୋନ୍‌ ଗଠନ କରାହେବ । ଏହାର ଦାୟିତ୍ବରେ ରହିବେ ସୁପରଭାଇଜର । ଚଳିତବର୍ଷ ୮୦ ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Leave A Reply

Your email address will not be published.