Latest Odisha News

ହରିୟାଣା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଅକ୍ଟୋବର ୧୬ ଅର୍ଥାତ୍ ଆସନ୍ତାକାଲି ରୁ ଦୁଇ ଦିନିଆ ହରିୟାଣା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୭ ତାରିଖରେ ଚଣ୍ଡିଗଡ ଠାରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

ଏହା ସହିତ ସେହି ଦିନ ଚଣ୍ଡିଗଡ଼ ଠାରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ୧୮ ତାରିଖରୁ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ନିବେଶକଙ୍କୁ ଭେଟି ନିବେଶ ସଂପର୍କରେ ଆଲୋଚନା କରିବେ ।

 

Leave A Reply

Your email address will not be published.