Latest Odisha News

ପୂଜା ମଣ୍ଡପ ବୁଲି ଦେଖିୁଛନ୍ତି ମୁଖ୍ୟମନ୍ତ୍ରୀ

କଟକ: ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମହାମାୟୀଙ୍କର ମହାନବମୀ ଅବସରରେ ରୌପ୍ୟନଗରୀ କଟକରେ ବିଭିନ୍ନ ପୂଜା ମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ସୁନା ଚାନ୍ଦିରେ ସୁସଜ୍ଜିତ ମା’ଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ କଟକ ମେଢ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ଏବେ ସୁଦ୍ଧା ପ୍ରତାପନଗରୀ, ବାଲିକୁଦା, ଗୋପାଳପୁର ଏବଂ କଲେଜ ଛକ ପୂଜା ମଣ୍ଡପ ମୁଖ୍ୟମନ୍ତ୍ରୀ ବୁଲି ସାରିଥିବା ବେଳେ ପାଖାପାଖି ଆଜି ୩୦ ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଆଜି କଟକ ବୁଲାବୁଲି ସାରିବା ପରେ ୩ ଦିନିଆ ଜନ୍ମମାଟି କେଉଁଝର ଯିବେ ମୁଖ୍ୟମନ୍ତ୍ରୀ । ସେଠି ପୂଜା ମଣ୍ଡପ ବୁଲି ଦେଖିବେ । ପରେ ଘରେ କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଛି ।

ତେବେ ଗତକାଲି ମଧ୍ୟ ଭୁବନେଶ୍ବର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରସୁଲଗଡ, ଲକ୍ଷ୍ମୀସାଗର, ଷ୍ଟେସନ ବଜାର, ବରମୁଣ୍ଡା, ନୟାପଲ୍ଲୀ ଇତ୍ୟାଦି ପୂଜର ମଣ୍ଡପ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.