Latest Odisha News

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ଓଡ଼ିଶା ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ଆଜିଠୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତ କରିପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାର ଅଛି। ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ୨୦୪୭କୁ ଭାରତକୁ ବିକଶିତ ଦେଶ କରି ଗଢ଼ିବା ଉପରେ ଆଲୋଚନା ହେବ। ଯୋଗଦେଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପରାମର୍ଶ ରଖିବେ।

ଦୀର୍ଘଦିନ ହେବ ଯେଉଁସବୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରମୁଖ ପ୍ରସଙ୍ଗ କେନ୍ଦ୍ରର ବିଚାର ପାଇଁ ରହିଛି ସେ ନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବେ। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଜୁଲାଇ ୨୬ରୁ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀ ଗସ୍ତ ବେଳେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ନିଜ ରାଜ୍ୟର କଥା ମଧ୍ୟ ବୈଠକରେ ଉପସ୍ଥାପନ କରିବେ। ତେବେ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା କିଛି ଦଳର ମୁଖ୍ୟମନ୍ତ୍ରୀ ଯୋଗ ନଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

 

Comments are closed.