Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ୫୪ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଓଡ଼ିଶାର ବିକାଶ ପାଇଁ ନିରନ୍ତର ଭାବେ ସେ କାମ କରୁଛନ୍ତି । ତାଙ୍କର ଏହି ନିଷ୍ଠା ଓ କର୍ତ୍ତବ୍ୟ ଦିନେ ରାଜ୍ୟକୁ ଆଗକୁ ନେବ । ଯୁବପୀଢିଙ୍କୁ ସଶକ୍ତ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି ।

୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଧୀନ ରାଇକଳା ଗ୍ରାମର ଏକ ସାଧାରଣ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୯୮୭ ମସିହାରେ ସ୍କୁଲ ପାଠ ପଢା ସାରି ଆନନ୍ଦନପୁର କଲେଜରେ ନାଁ ଲେଖାଇଥିଲେ। ୧୯୯୦ ମସିହାରେ ଆନନ୍ଦନପୁର କଲେଜରୁ ପାଠ ପଠା ମଧ୍ୟ ସାରିଥିଲେ । ଏହାପରେ ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

ହେଲେ ତାଙ୍କର ରାଜନୀତି ପ୍ରତି ପ୍ରବଳ ଇଚ୍ଛା ଶକ୍ତି ପାଇଁ ସେ ୧୯୯୭ରେ ସେ ପ୍ରଥମେ ରାଇକଳାରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ପଛକୁ ଫେରି ନଥିଲେ, ଜଣେ ଆଦିବାସୀ ନେତାରୁ ଚାରି ଚାରି ଥର ବିଧାୟକ ହୋଇଥିଲେ ମୋହନ । ୨୦୨୪ ଜୁନ୍‌ ୧୨ ତାରିଖରେ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ ମୋହନ ।

Leave A Reply

Your email address will not be published.