Latest Odisha News

BREAKING NEWS

CM Mohan Majhi: ଓହ୍ଲେଇ ପାରିଲେନି ମୁଖ୍ୟମନ୍ତ୍ରୀ, କୋଲକାତା ଗଲା ବିମାନ….

ଭୁବନେଶ୍ବର: ଖରାପ ପାଗ ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ ଭୁବନେଶ୍ବରରେ ଅବତରଣ କରିପାରିଲାନି । କୋଲକାତାକୁ ଡାଇଭର୍ଟ କରାଗଲା ମୁଖ୍ୟମନ୍ତ୍ରୀଙ୍କ ବିମାନ ।

ମୁଖ୍ୟମନ୍ତ୍ରୀ ଚାରି ଦିନିଆ ସରକାରୀ ଗସ୍ତରୁ ନୂଆଦିଲ୍ଲରୁ ଫେରିବା ସମୟରେ ତାଙ୍କ ବିମାନ ପ୍ରତିକୂଳ ଅବତରଣ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଭୁବନେଶ୍ବରରେ ଅବତରଣ କରିବା ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ବିମାନକୁ ବାଧ୍ୟ ହୋଇ କୋଲକାତାକୁ ଡାଇଭର୍ଟ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ରାଜଧାନୀରେ ପାଗ ଖରାପ ଯୋଗୁଁ, ମୁଖ୍ୟମନ୍ତ୍ରୀଙ୍କ ବିମାନ କୋଲକାତା ଅଭିମୁଖେ ଯାଇଛି । ତେଣୁ ଏହା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ।

Comments are closed.