Latest Odisha News

୧୮ ହଜାର ଭୋଟରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ବିଜୟ ଲାଭ

ମଣିପୁର : ଦେଶରେ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଆଶିଂକ ଫଳା ଫଳ ଆସିଛି । ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି ।

। ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ  ବିଜୟୀ ହୋଇଛନ୍ତି । ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ବିରେନ ସିଂ । ବୀରେନ ସିଂହ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ବିରେନ ସିଂଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପି ଶରତ ଚନ୍ଦ୍ର । ସେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଶେଷରେ ପରାସ୍ତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ବୀରେନ ସିଂ ହେଙ୍ଗାଙ୍ଗ ଆସନରୁ ୧୮ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବିଜୟଲାଭ ପରେ ବିରେନ ସିଂ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Comments are closed, but trackbacks and pingbacks are open.