Latest Odisha News

BREAKING NEWS

ପଞ୍ଜାବରେ ଆପ୍ ପ୍ରାର୍ଥୀ, କମେଡି କିଙ୍ଗରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଂଜାବ : ପଂଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ । ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ ମାତ୍ରାରେ ବିଜୟ ହାସଲ କରିବା ପରେ ଏକ ଜନସଭାରେ ଯୋଗ ଦେଇଥିଲେ ଭଗୱନ୍ତ ।  ତାଙ୍କ ସହ ଯୋଗ ଦେଇଛନ୍ତି ତାଙ୍କ ମା’  ।

୧୯୭୩ ମସିହା ଅକ୍ଟୋବର ୧୭ରେ ଭଗୱନ୍ତଙ୍କ ଜନ୍ମ। ପଞ୍ଜାବର ସଂଗରୁର୍ ଜିଲ୍ଲା ସତୋଜ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ସହୀଦ ଉଦ୍ଧମ ସିଂହ କଲେଜୁ ସେ ବାଣିଜ୍ୟରେ ସ୍ନାତକ କରିଥିଲେ। ୨୦୧୧ରେ ରାଜନୀତିରେ ପାଦ ଥାପିଥିଲେ ଭଗୱନ୍ତ। ୨୦୧୪ ପର୍ଯ୍ୟନ୍ତ ପିପୁଲ୍ସ ପାର୍ଟିରେ ସକ୍ରିୟ ରାଜନେତା ଥିଲେ। ୨୦୧୨ରେ ସେ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ଲଢିଥିଲେ କିନ୍ତୁ ପରାସ୍ତ ହୋଇଥିଲେ।

୨୦୧୪ରେ ସେ ସଙ୍ଗରୁର ଲୋକସଭା ଆସନରେ ସେ ଲଢିଥିଲେ, ଏଥିରେ ତାଙ୍କୁ ଅପୂର୍ବ ସଫଳତା ମିଳିଥିଲା। ଏପରିକି ସେତେବେଳେ ମୋଦିର ଲହର ଥାଇ ବି ନୂଆ ଦଳରୁ ସେ ବିଜୟ ହାସଲ କରିଥିଲେ। ୨୦୧୯ରେ ମଧ୍ୟ ସଙ୍ଗରୁର ଲୋକସଭା ଆସନରୁ ସେ ବିଜୟ ହାସଲ କରିଥିଲେ। ଯେତେବେଳେ ସାରା ଦେଶରେ ମୋଦି ଲହର ଚାଲିଥିଲା, ସେ ସମୟରେ ତାଙ୍କର ବିଜୟ ରାଜନୀତିରେ ଏକ ନୂଆ ଚେହେରା ସୃଷ୍ଟି କରିଥିଲା। ଆଉ ଲଗାତାର ବିଜୟ ଆଜି ପଞ୍ଜାବର ଜନାଦେଶକୁ ବି ବଦଳାଇ ଦେଇଛି।

ଭଗୱନ୍ତ ମାନ ଦେଶର ରାଜନୀତି ଓ ଅଭିନୟ ଜଗତରେ ଏକ ପରିଚିତ ନାମ। କିନ୍ତୁ ପ୍ରଥମେ ରାଜନୀତି ନୁହେଁ ବରଂ ଅଭିନୟ ପାଇଁ ସେ ଥିଲେ ସ୍ୱତନ୍ତ୍ର। ଅନେକ ତାଙ୍କୁ କମେଡି କିଙ୍ଗ୍ ବୋଲି କୁହନ୍ତି। କିନ୍ତୁ ଅଭିନେତାରୁ ସେ ବନିଥିଲେ ରାଜନେତା। କମେଡି କିଙ୍ଗରୁ ସେ ହେଲେ ପଲିଟିକାଲ କିଙ୍ଗ୍।

Comments are closed, but trackbacks and pingbacks are open.