Latest Odisha News

BREAKING NEWS

କରୁଣାନିଧିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ତାମିଲନାଡୁର ରାଜନୀତିର ଭୀଷ୍ମ ପିତାମହ କୁହାଯାଉଥିବା ଏମ. କରୁଣାନିଧି ୫ ଥର ଲାଗି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା ।

ତାମିଲନାଡୁ ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିବା ତଥା କରୁଣାନିଧିଙ୍କ ସାହିତ୍ୟ, ସିନେମା ଓ ତାଙ୍କର ଜୀବନବ୍ୟାପୀ ସମାଜସେବାକୁ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି ।

କରୁଣାନିଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ଚେନ୍ନାଇ ପଠାଇଛନ୍ତି ।

ତେବେ ସ୍ୱର୍ଗତଃ କରୁଣାନିଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟା କେଉଁଠାରେ ହେବ ତାହାନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଖ୍ୟାତ ମାରିନା ବିଚ୍ ନିକଟରେ କରୁଣାନିଧିଙ୍କ ସମାଧି ସ୍ଥାପନ ଲାଗି ତାମିଲନାଡୁ ସରକାର ପ୍ରତ୍ୟାଖ୍ୟାନ କରିଦେବା ପରେ ଏବେ କେଉଁଠି ସମାଧି ସ୍ଥାପନ ହେବ ତାହା ଠିକ ହୋଇନାହିଁ । ତାମିଲନାଡୁ ସରକାରଙ୍କ କୋଷ୍ଟାଲ ରେଗୁଲେସନ ଆଇନାନୁସାରେ ମେରିନା ବିଚ୍ ରେ ଅନ୍ତ୍ୟେଷ୍ଟିକ୍ରିୟା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.