Latest Odisha News

BREAKING NEWS

କରୁଣାନିଧିଙ୍କ ପରଲୋକରେ ଟ୍ୱିଟ୍ କରି ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଦକ୍ଷିଣ ଭାରତର ପ୍ରଖ୍ୟାତ ରାଜନିତୀଜ୍ଞ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ ବିୟୋଗରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି ।

ତାମିଲନାଡୁର ପ୍ରଖ୍ୟାତ ରାଜନୈତିକ ବ୍ୟକ୍ତିତ୍ୱ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ. କରୁଣାନିଧିଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ନିଜର ଶୋକ ବ୍ୟକ୍ତ କରିଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ଦିବଂଗତ ଡ଼ିଏମକେ ନେତାଙ୍କୁ ସ୍ମୃତିଚାରଣ କରିଛନ୍ତି ତାଙ୍କ ଟ୍ୱିଟ୍ ରେ । ସେ ଲେଖିଛନ୍ତି “ ଅନେକ ଦିନ ଧରି ପୀଡ଼ିତ ଥିବା ମହାନ ଡ଼ିଏମକେ ନେତା ଏମ. କରୁଣାନିଧିଙ୍କ ବିୟୋଗରେ ମୁଁ ମର୍ମାହତ । ଏକ ଡ଼େଙ୍ଗା ବ୍ୟକ୍ତିତ୍ୱ ଭାବେ ତାମିଲନାଡୁର ପ୍ରତ୍ୟେକ୍ଷ ରାଜନୀତିରେ ଗରିବଙ୍କ ଦୁଃଖ ଦୂର କରିବାକୁ ସେ ଅନେକ କାର୍ଯ୍ୟ କରିଯାଇଛନ୍ତି । ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାର ତଥା ସମର୍ଥକମାନଙ୍କୁ ଏହି ଦୁଃଖଦ ମୂହୁର୍ତ୍ତରେ ଶକ୍ତି ଦିଅନ୍ତୁ ” ।

Leave A Reply

Your email address will not be published.