Latest Odisha News

BREAKING NEWS

ଏସସିବିରେ ୧୦୦ ଟପିଲା ପ୍ଲାଜମା ଦାତାଙ୍କ ସଂଖ୍ୟା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍ (ଏସସିବି)ରେ ୧୦୫ ଜଣ କରୋନା ଆରୋଗ୍ୟ ପ୍ଲାଜମା ଦାନ କରିଛନ୍ତି । ଗତମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ।

ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ପ୍ଲାଜମା ଦାତା ଏବଂ ଏସସିବିର ପ୍ଲାଜମା ସଂଗ୍ରହ ଟିମକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ସୂଚନାନୁଯାୟୀ, ମାତ୍ର ମାସକ ଭିତରେ ପାଖାପାଖି ୧୦୫ ଜଣ ଲୋକ ପ୍ଲାଜମା ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି ।

ଏଥିରେ ଅଧିକ ସଂଖ୍ୟକ ପୋଲିସ, ଯବାନ, ଅଗ୍ନିଶମ କର୍ମଚାରୀ, ଡାକ୍ତର ଓ ଜଣେ ଡାକ୍ତରୀ ଛାତ୍ରୀଙ୍କ ଭଳି ୧୦୫ ଜଣ ପ୍ଲାଜମା ଦାନ କରି ସାରିଛନ୍ତି । ଯେଉଁଥିରୁ ୨୧୦ ୟୁନିଟ୍ ପ୍ଲାଜମା ସଂଗ୍ରହ କରାଯିବା ସହ ତନ୍ମଧ୍ୟରୁ ୧୬୮ ୟୁନିଟ୍ ପ୍ଲାଜମା ଅନେକ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.