Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ଶିଶୁ ସମେତ ୩ ଜଣ ମୃତ

ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କର ଅକାଳ ବିୟୋଗ । ଏଭଳି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମଡୁମା ଅଞ୍ଚଳରେ । ମୃତକଙ୍କ ଭିତରେ ଜଣେ ୬ ବର୍ଷର ପୁଅ ଓ ଦୁଇ ଜଣ ମହିଳା ଅଛନ୍ତି ।

ମୃତକମାନେ ହେଲେ ଡୁମଡୁମା ଅନ୍ତର୍ଗତ ସତ୍ୟନଗରର ମହମ୍ମଦ ତବାରକଙ୍କ ପତ୍ନୀ, ତାଙ୍କର ୬ ବର୍ଷର ଶିଶୁ ପୁତ୍ର ଓ ତାଙ୍କ ଭାଇଙ୍କ ପତ୍ନୀ । ବାଲକୋନୀରେ ଲାଗିଥିବା ଷ୍ଟିଲ୍ ବାଡ଼ରେ ବିଦ୍ୟୁତ ପ୍ରବାହିତ ହୋଇଥିବାରୁ ଏହି ଅଘଟଣ ଘଟିଥିଲା ।

ପ୍ରଥମ କୁନି ପୁଅଟି ଷ୍ଟିଲ ବାଡ଼କୁ ଧରିବା ପରେ ସେ ଛଟପଟ ହୋଇଥିଲା । ମାଆ ପୁଅକୁ ଉଠାଇ ଆଣିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କର ଚିତ୍ସାର ଶୁଣି ଅନ୍ୟ ମହିଳା ଉଦ୍ଧାର କରିବାକୁ ଚେଷ୍ଟ କରିବା ବେଳେ ତାଙ୍କ ବି ଆଘାତ ଲାଗିଥିଲା ।

Leave A Reply

Your email address will not be published.