Latest Odisha News

BREAKING NEWS

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା କଟକଣା ଭିତରେ ଏବର୍ଷ ପାଳିତ ହୋଇଛି ସ୍ୱାଧୀନତା ଦିବସ ।
ବିଶ୍ୱ ପାଇଁ ଭାରତ ଏକ ପରିବାର
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ପାଇଁ ଭାରତ ଏକ ପରିବାର ଆମ ଦେଶଠାରୁ ବିଶ୍ୱ ବହୁତ କିଛି ଆଶା ରଖିଛି । ସାରାବିଶ୍ୱର କଲ୍ୟାଣ ପାଇଁ ଭାରତର ଯୋଗଦାନ ବଢ଼ିବା ଦରକାର । ଅର୍ଥ ବ୍ୟବସ୍ଥାରେ ଦେଶକୁ ଅଧିକ ଆତ୍ମନିର୍ଭରଶୀଳ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଡିଜିଟାଲ୍ ହେଲଥ ମିଶନର ଶୁଭାରମ୍ଭ
ସ୍ୱାଧୀନତା ଦିବସ ଅବସରରେ ଆଜିଠୁ ଦେଶରେ ଜାତୀୟ ଡିଜିଟାଲ୍ ହେଲଥ ମିଶନର ଶୁଭାରମ୍ଭ ହୋଇଛି । ପ୍ରତିଟି ଦେଶବାସୀଙ୍କୁ ହେଲଥ ପ୍ରମାଣପତ୍ର ପ୍ରଦାନ କରାଯିବ । ସେହିପରି ଆତ୍ମନିର୍ଭର କୃଷକ, ଆତ୍ମନିର୍ଭର କୃଷି ବହୁତ ଜରୁରୀ । ଆତ୍ମନିର୍ଭରଶୀଳ ଭାରତର ଏହା ପ୍ରମୁଖ ପ୍ରାଥମିକତା ।

ଆଜି ଗାଁର ଲୋକଙ୍କୁ ମଧ୍ୟ ଅନ୍‌ଲାଇନ୍ ସୁବିଧା ମିଳୁଛି । ହଜାରେ ଦିନରେ ୬ ଲକ୍ଷ ଗାଁକୁ ଅପଟିକାଲ ଫାଇବର କାମ । ବହୁଶୀଘ୍ର ସାଇବର ସୁରକ୍ଷା ନେଇ ଘୋଷଣା ହେବ । ତିନି ଦଶକ ପରେ ଦେଶର ଶିକ୍ଷା ନୀତରେ ପରିବର୍ତ୍ତନ ଆସିଛି । ଆଧୁନିକ ଭାରତରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.