Latest Odisha News

BREAKING NEWS

ସୁବର୍ଣ୍ଣପୁର ମୃତ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଅର୍ଥରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: କାର୍‌ ଧକ୍କାରେ ୩ ଜଣ ଛାତ୍ର ପ୍ରାଣ ହରାଇଥିଲେ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପାମୂଳକ ସହାୟତାରାଶି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁରର ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ମୃତ ଛାତ୍ର ମାନଙ୍କ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତ ଛାତ୍ର ମାନଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି। ଏବଂ ସେମାନେ କିପରି ଶୀଘ୍ର ସୁସ୍ଥ ହୋଇଯିବେ ସେଥିପାଇଁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁଯାୟୀ, ବିଦ୍ୟାଳୟରୁ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ମାନେ ବାହୁାରୁଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିଲା । ପରେ ଅନ୍ୟ ଜଣେ ଛାତ୍ରଙ୍କର ସୋନପୁର ମେଡିକାଲରେ ମୃତ୍ୟୁ ଘଟିଥିଲା । ସମସ୍ତ ଗୁରୁତର ଛାତ୍ରଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା କରାଯାଉଛି।

ମୃତ ଛାତ୍ର ହେଉଛନ୍ତି ସୁବ୍ରତ ଭୋଇ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଏବଂ ଅନ୍ୟ ଜଣେ ହେଉଛନ୍ତି ରାଜା ପେରା ସେ ପଞ୍ଚମ ଶ୍ରେଣୀ ଛାତ୍ର । ଅନ୍ୟ ଜଣକ ପରିଚୟ ଅସ୍ପଷ୍ଟ ରହିଛି । ଗୁରୁତର ଛାତ୍ର ଜଣକର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।

 

Comments are closed.