Latest Odisha News

BREAKING NEWS

ବିଜେଡ଼ିର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୯ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ।

ବଲାଙ୍ଗୀର – ଅର୍କେଶ ନାରାୟଣ ସିଂହଦେଓ
ପଟାଙ୍ଗି – ପ୍ରୀତମ ପାଢୀ
ଲୋଇସିଂହା – ପ୍ରଦୀପ ବେହେରା
ସମ୍ବଲପୁର – ଡ଼ଃ ରାଶେଶ୍ୱରୀ ପାଣିଗ୍ରାହୀ
ରେଢାଖୋଲ – ରୋହିତ ପୂଜାରୀ
ବ୍ରଜରାଜନଗର – କିଶୋର ମହାନ୍ତି
ମାଲକାନଗିରି – ମୁକୁନ୍ଦ ସୋଡ଼ି
ଲାଞ୍ଜିଗଡ଼ – ପ୍ରଦୀପ କୁମାର ଦିଶାରୀ
ଝରିଗାଁ – ପ୍ରକାଶ ଚନ୍ଦ୍ର ମାଝୀ
ବଲାଙ୍ଗୀର ଲୋକସଭା ଆସନରୁ ବଡ଼ଭାଇ କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନ ଲାଗି ସାନଭାଇ ଅର୍କେଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି । ୨୦୧୪ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଅନଙ୍ଗ ଉଦୟ ସିଂହଦେଓ । କିନ୍ତୁ ଏଥର ସେ ନିର୍ବାଚନ ଲଢିବେ ନାହିଁ ବୋଲି ପୂର୍ବରୁ ମନା କରିଥିଲେ, ତେଣୁ ଦଳ ତାଙ୍କ ସାନପୁଅ ଅର୍କେଶଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ।

ସେହିପରି ସମ୍ବଲପୁର ଓ ରେଢାଖୋଲ ଆସନରେ ଦଳ ପୂର୍ବରୁ ଥିବା ବିଧାୟକ ରୋହିତ ପୂଜାରୀ ଓ ବିଧାୟିକା ଡ଼ଃ ରାଶେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ବ୍ରଜରାଜନଗରରେ ବିଜେଡ଼ି ପକ୍ଷରୁ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି । ଝାରସୁଗୁଡ଼ା ଆସନ ପାଇଁ କଂଗ୍ରେସରୁ ଆସିଥିବା ନବ ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ କିଶୋର ମହାନ୍ତିଙ୍କୁ ଥଇଥାନ କରିଛି ଦଳ । ତେବେ ପୂର୍ବରୁ କଂଗ୍ରେସରୁ ଆସି ବିଜେଡ଼ି ଯୋଗଦେଇଥିବା ବିଧାୟକ ଅନୁପ ସାଏଙ୍କ ବ୍ରଜରାଜନଗରରୁ ଟିକଟ କଟିଛି ।

ମାଲକାନଗିରି ବିଧାୟକ ମାନସ ମାଡ଼କାମିଙ୍କ ଟିକଟ କଟିଛି, ତାଙ୍କ ସ୍ଥାନରେ ମୁକୁନ୍ଦ ସୋଡ଼ିଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ଲାଞ୍ଜିଗଡ଼ରେ ବଳଭଦ୍ର ମାଝୀଙ୍କ ସ୍ଥାନରେ ପ୍ରଦୀପ କୁମାର ଦିଶାରୀଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ସେପଟେ ଝରିଗାଁରୁ ପ୍ରକାଶ ଚନ୍ଦ୍ର ମାଝୀଢ଼୍କୁ ପ୍ରାର୍ଥୀ କରିଛି ବିଜେଡ଼ି ।

Leave A Reply

Your email address will not be published.